ଦୁର୍ଘଟଣାରେ ମହିଳା ଏଏସ୍ଆଇ ମୃତ
ଭୁବନେଶ୍ୱର: ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡିରେ କାର୍ୟ୍ୟରତ ମହିଳା ଏଏସ୍ଆଇ ସଂଯୁକ୍ତା ସାହୁଙ୍କ ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଏକ ଅଜଣା ଗାଡି ଧକ୍କାରେ ମହିଳା ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପାହାଳ ଫାଣ୍ଡି କାର୍ୟ୍ୟରତ ଏ.ଏସ.ଆଇ ସଂଯୁକ୍ତା ସାହୁ। ସଂଯୁକ୍ତା ପାହାଳ ଫାଣ୍ଡିରୁ କାର୍ୟ୍ୟ ସାରି ନିଜ ଘର କଟକ ଭିମୁଖେ ସ୍କୁଟିରେ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ବାଲିକୁଦା ଛକ ନିକଟରେ ପଛ ପଟୁ ଧକ୍କା ଦେବା ଫଳରେ ସଂଯୁକ୍ତା ତଳେ ପଡି ଯାଇଥିଲେ ଓ ଗାଡିଟି ତାଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଗାଡିଟି ଦ୍ରୁତ ଗତିରେ ଚାଲି ଯାଇଥିଲା। କଟକ ସଦର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କଟକ ବଡ ମେଡିକାଲ ପଠାଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Powered by Froala Editor