ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ମୋଦୀ
ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ (ପରୀକ୍ଷା ଉପରେ ଆଲୋଚନା) କରିଛନ୍ତି । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେବା ସହିତ ନିଜ ଶୈଳୀରେ ପାଠ ପଢିବା ସହିତ ସବୁବେଳେ ଉତ୍ତମ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ କରିବା ଜରୁରୀ । ନିଦ ଓ ଯୋଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରୀ ।
ଆଜିର ଏହି କାର୍ଯ୍ୟକ୍ରମରେ ୪କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହୋଇଛନ୍ତି । ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଜରୁରୀ । ଏହାସହିତ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
Powered by Froala Editor