ରାଜ୍ୟକୁ କେନ୍ଦ୍ର ଦେବ ୯୫ ହଜାର କୋଟି, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସରେ ଭାଗ ସ୍ୱରୂପ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ୯୫,୦୮୨ କୋଟି ଟଙ୍କା ଦେବେ । ନଭେମ୍ବର ୨୨ରେ ମାସିକ କିସ୍ତି ଭାବେ ରାଜ୍ୟଗୁଡ଼ିକୁ ୪୭,୫୪୧ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ଥିଲା । ସେହି ଟଙ୍କାକୁ ଦ୍ୱିଗୁଣିତ କରି ରାଜ୍ୟଗୁଡ଼ିକୁ ଦେବା ଲାଗି ଅର୍ଥ ସଚିବଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଦେ୍ର୍ଧଶ ଦେଇଛନ୍ତି । ପ୍ରାୟ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ସେ ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀ ପରେ ଅଭିବୃଦ୍ଧିରେ ଯେଉଁ ସୁଧାର ହୋଇଛି ତାହା ଆହୁରି ଆଗକୁ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ କଣ ଚାହୁଁଛନ୍ତି ତାହା ଜାଣିବା ପାଇଁ ବୈଠକ ଆୟୋଜନ କରାଯାଇଥିଲା ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏମ ପି ଚୌଧୁରୀ, ଡ ଭଗୱତ କରାଡ, ଅର୍ଥ ଏବଂ ବ୍ୟୟ ସଚିବ ଡ ଟି ଭି ସୋମନାଥନ, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ ଓ ଅନ୍ୟ କେତେକ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।
Powered by Froala Editor