୯୯ ରାଷ୍ଟ୍ରର ଯାତ୍ରୀଙ୍କୁ କ୍ୱାରାଣ୍ଟିନ ମୁକ୍ତ ପ୍ରବେଶ ଅନୁମତି ଦେଲା ଭାରତ
ନୂଆଦିଲ୍ଲୀ: ଆମେରିକା, ବି୍ରଟେନ, ୟୁଏଇ, କତାର, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୯୯ ରାଷ୍ଟ୍ରର ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା ଯାତ୍ରୀ ଏଣିକି ଭାରତ ଭ୍ରମଣରେ ଆସିଲେ କ୍ୱାରାଣ୍ଟିନର ଆବଶ୍ୟକତା ନାହିଁ । ୯୯ ରାଷ୍ଟ୍ରର ଯାତ୍ରୀମାନେ ବିନା କ୍ୱାରାଣ୍ଟିନରେ ଦେଶକୁ ପ୍ରବେଶ କରିପାରିବେ । ଏହି ୯୯ ରାଷ୍ଟ୍ରର ଯାତ୍ରୀମାନେ ଭାରତକୁ ବିମାନ ଉଡାଣ କରିବାର ୭୨ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ ଆଣିଥିବେ ଏବଂ ସମ୍ପୂର୍ଣ୍ଣ ଟିକା ନେଇଥିବା ସାର୍ଟିଫିକେଟ ‘ଏୟାର ସୁବିଧା ପୋର୍ଟାଲ’ ରେ ଅପଲୋଡ କରିବେ ।
ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଦେ୍ର୍ଧଶାବଳୀରେ ସଂସ୍କାର ଅଣାଯାଇଛି । ଗତବର୍ଷ ମାର୍ଚ୍ଚରୁ ଭାରତ ଭ୍ରମଣ ଭିସା ବାତିଲ କରିଥିଲା ଏବଂ ଚଳିତ ଅକ୍ଟୋବର ୧୫ ରେ ଏହା ପୁଣି ଥରେ ଭ୍ରମଣ ଭିସା ଆରମ୍ଭ କରିଛି । ଭାରତୀୟ ଟିକା ନେଇଥିବା ବିଦେଶୀ ଯାତ୍ରୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସ୍ୱୀକୃତିପ୍ରାପ୍ତ ଟିକା ନେଇଥିବା ବିଦେଶ ଯାତ୍ରୀମାନଙ୍କୁ ବିନା କ୍ୱାରେଣ୍ଟିନରେ ଦେଶକୁ ପ୍ରବେଶ ଅନୁମତି ମିଳିଛି । ନୂଆ ନିଦେ୍ର୍ଧଶାବଳୀ ଅନୁଯାୟୀ ଯଦି ଯାତ୍ରୀ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି ତେବେ ତାଙ୍କୁ ବିମାନ ବନ୍ଦର ବାହାରକୁ ଛଡ଼ାଯିବ ।
Powered by Froala Editor