ପୁଣି ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପୂରା ଫ୍ଲପ୍ ରହିଥିଲେ । ବିଶ୍ୱକପରେ ସେ ୩ଟି ଇନିଂସରେ ମାତ୍ର ୬୯ ରନ୍ କରିଥିଲେ । ଏପରିକି ସେ ବେଶୀ ଓଭର ବୋଲିଂ ମଧ୍ୟ କରିନଥିଲେ । ଯେଉଁ କାରଣରୁ ଟିମରେ ତାଙ୍କର ଅଲରାଉଣ୍ଡର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ତାଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି ।
ତେବେ ଏହାରି ଭିତରେ ପୁଣି ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା । ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମସ୍ୟା ଥମିବାର ନାଁ ନେଉନାହିଁ । ଖେଳରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ରେହନୁମା ଭାଟ୍ଟି ନାମକ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଲେ ।
ବର୍ତ୍ତମାନ ତାଙ୍କୁ ୫ କୋଟି ଟଙ୍କାର ଘାଟା ସହିବାକୁ ପଡିଛି । ହାର୍ଦ୍ଦିକଙ୍କର ୨ଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଛି । ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା । କଷ୍ଟମ ବିଭାଗ କହିଛି ଯେ ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାରେ କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ । ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରୁଥିଲେ । କିନ୍ତୁ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଏବଂସ ତାଙ୍କ ଠାରୁ ୨ଟି ଘଣ୍ଟାକୁ ଜବତ କରିଥିଲା ।
Powered by Froala Editor