ଆଜି ଦେଶରେ ୮ହଜାର ୮୬୫ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୮ହଜାର ୮୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ କେରଳରୁ ୪ହଜାର ୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ଘଣ୍ଟାରେ ଦେଶରେ ୧୯୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୬୩ହଜାର ୮୫୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କେବଳ କେରଳରୁ ୫୭ ଜଣ ରହିଛିନ୍ତ ।
ଏହା ସହିତ ଦେଶରେ ବତର୍ତ୍ତମାନ ସକ୍ରିୟ ମାମଲା ରହିଛି ୧ଲକ୍ଷ ୩୦ହଜାର ୭୯୩ ଓ ମୋଟ କରୋନାରୁ ସୁସ୍ଥ ହେଲେଣି ୩ କୋଟି ୩୫ଲକ୍ଷ ୬୧ହଜାର ୭୫୬ ଜଣ ।
Powered by Froala Editor