ଶୀତଦିନେ କେଶ ଝଡ଼ା ସମସ୍ୟାରୁ ପାଆନ୍ତୁ ମୁକ୍ତି

କେଶ ଝଡିବା ଏକ ସାଧାରଣ କଥା । କେତେକ ଲୋକଙ୍କ ପାଇଁ ଗରମ ପାଣି ସମସ୍ୟା ହୋଇଥାଏ ତ ଆଉ କାହା ପାଇଁ ରୁପି ସମସ୍ୟା । ଆଉ କାହାର କେଶ ମୂଳ ଦୁର୍ବଳ ହୋଇ କେଶ ଝଡିଥାଏ । ସମସ୍ୟା ଯାହା ହେଉନା କାହିଁକି ଏମିତି କିଛି ଟିପ୍ସ ରହିଛି, ଯାହା ତ୍ୱଚା କେଶ ଝଡିବାକୁ ରୋକିପାରିବେ ।
ଶୀତରେ କେଶ ଝଡିବାର କାରଣ ହେଉଛି କେଶ ଠିକ୍ ଭାବେ କଣ୍ଡିସନିଂ ହୋଇପାରେନି ଓ ମାତ୍ରାଧିକ ଶୁଷ୍କ ହୋଇପଡେ ।
ଅଲିଭ୍ ଅଏଲ୍ରେ ପ୍ରି-କଣ୍ଡିସନିଂ
କେଶ ଝଡିବା ରୋକିବା ପାଇଁ ହେଲେ ସାମ୍ପୁ କରିବା ପୂର୍ବରୁ ଅଲିଭ୍ ଅଏଲ୍ରେ ହାଲ୍କା ମସାଜ୍ କରନ୍ତୁ । ଯଦି ସମ୍ଭବ ଏହି ତେଲକୁ ହାଲ୍କା ଉଷୁମ କରି ବ୍ୟବହାର କରିପାରିବେ ।
ସାମ୍ପୁ ନିଶ୍ଚୟ କରନ୍ତୁ
ସାମ୍ପୁ ନିଶ୍ଚୟ କରନ୍ତୁ ଶୀତ ଦିନେ ପ୍ରାୟ ଲୋକ ସାମ୍ପୁ କରିବାକୁ ଡରିଥାନ୍ତି । କିନ୍ତୁ ସାମ୍ପୁ ନିଶ୍ଚୟ କରନ୍ତୁ । ଫଳରେ କେଶ ମୂଳ ସଫା ରହିବା ସହ ସଂକ୍ରମଣ ଦୂର ହୋଇଥାଏ । ଫଳରେ କେଶ ଝଡିବା କମ୍ ହେବ ।
କେଶ ବିନ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ
ମୁଣ୍ କୁଣ୍ଡାଇ ବିଭିନ୍ନ ଷ୍ଟାଇଲ୍ କରିବା
ମାତ୍ରାଧିକ କେଶ ବିନ୍ୟାସ କରନ୍ତୁ ନାହିଁ । ଷ୍ଟ୍ରେଟନିଂ, ପମିଂ ଓ କଲରିଂ କରିବା ଦ୍ୱାରା କେଶ ମୂଳ ନଷ୍ଟ ହୋଇଥାଏ । ଯଦି ଏପରି କିଛି କରିବାର ଥାଏ, ତେବେ ପ୍ରଫେସନାଲ୍ ପାର୍ଲରରେ କରନ୍ତୁ ।
ଏସବୁ କରିବା ଦ୍ୱାରା କେଶ ଦୁର୍ବଳ ହେବା ସହ ମାତ୍ରାଧିକ ଝଡିଥାଏ ।
Powered by Froala Editor