ଖେଳରତ୍ନ ପାଇଲେ ଏହି ୧୨ଜଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା। ତେବେ ୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ ରହିଛି। ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ।
ପ୍ରମୋଦ ଭଗତ ଓ ନୀରଜ ଚୋପ୍ରାଙ୍କୁ ଖେଳରତ୍ନ ପୁରସ୍କାର ମିଳିଥିବାବେଳେ, ରବି ଦେହିୟା (ରେସଲିଂ), ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲୀନା ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର, ପାରା ଶୁଟର୍ ଏମ୍ ନରୱାଲଙ୍କୁ ମଧ୍ୟ ଆଜି ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଖେଳରତ୍ନ ସମ୍ମାନରେ ସମ୍ମାନୀତ କରିଛନ୍ତି ।
Powered by Froala Editor