ଆସନ୍ତାକାଲି ମିଳିବନି ଜଗା ଦର୍ଶନ

ପୁରୀ: ଆଜିଠାରୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ଆଜି ଓ କାଲି ଭକ୍ତଙ୍କୁ ଜଗା ଦର୍ଶନ ମିଳିବନି । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ ସାନିଟାଇଜ କରାଯାଉଥିବାରୁ ଭକ୍ତଙ୍କୁ ବାରଣ କରାଯାଇଛି ।
ସେହିପରି ଆସନ୍ତାକାଲି ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ । ଏକାଦଶୀରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ଦ୍ୱାଦଶୀରେ ବାଙ୍କଚୁଡ ବେଶେ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ଭକ୍ତମାନେ ଦର୍ଶନ କରିପାରିବବେ ।
ସେପଟେ ପଞ୍ଚୁକର ଶେଷ ଦିନରେ ସୁନା ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ସେହିଦିନ ମଧ୍ୟ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସମ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
Powered by Froala Editor