ଏହି କାରଣରୁ କାନରେ ହୋଇଥାଏ ଯନ୍ତ୍ରଣା, ଆପଣାନ୍ତୁ ଏହି ଘରୋଇ ଉପଚାର
କାନରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା । ଏହି ଯନ୍ତ୍ରଣା ଉଭୟ କାନରେ ହୋଇପାରେ , ହେଲେ ଅଧିକାଂଶ ଭାବେ ଏହା ଗୋଟିଏ କାନରେ ବି ହୋଇପାରେ । କାନର ଯନ୍ତ୍ରଣା କିଛି ସମୟ ବା ବେଶୀ ସମୟ ଧରି ଲାଗି ରହିପାରେ । ଏହି ଯନ୍ତ୍ରଣା କେତେବେଳେ ହାଲକା , ତ ଆଉ କେତେବେଳେ ଖୁବ୍ ଅଧିକ ହୋଇଥାଏ । ଇୟର ଇନଫେକ୍ସନ ବ୍ୟତୀତ ଆହୁରି ବି କେତେକ କାରଣରୁ କାନରେ ଯନ୍ତ୍ରଣା ହୋଇଥାଏ । ଆସନ୍ତୁ ଏହି ବିଷୟରେ ଜାଣିବା ।
କାନରେ ଯନ୍ତ୍ରଣାର ଲକ୍ଷଣ – କେବେ କେବେ କାମରେ ଯନ୍ତ୍ରଣା ହେବା କାରଣରୁ ଠିକ୍ରେ ଶୁଣା ଯାଏନି । କିଛି ଲୋକଙ୍କ କାନରେ ତରଳ ପଦାର୍ଥ ବି ବାହାରି ଥାଏ । କାନ ଯନ୍ତ୍ରଣା କାରଣରୁ ପିଲାଙ୍କୁ ଶବ୍ଦ ରହି ରହି ଶୁଣାଯାଏ । ଜ୍ୱର ଆସିବା , ଶୋଇବାରେ ସମସ୍ୟା ଦେଖାଦେବା , କାନରେ ଅସହଜ ଲାଗିବା , ଚିଡିଚିଡ଼ାପଣ , ମୁଣ୍ଡବ୍ୟଥା ଓ ଭୋକ କମିଯିବା ଭଳି ଲକ୍ଷଣ ଦେଖା ଦେଇପାରେ ।
କାନ ଯନ୍ତ୍ରଣାର ସାମାନ୍ୟ କାରଣ – ସଂକ୍ରମଣ , ଆଘାତ , କାନରେ ଜ୍ୱଳନ କାରଣରୁ କାନରେ ଯନ୍ତ୍ରଣା ହୋଇପାରେ । ଦାନ୍ତରେ ଯନ୍ତ୍ରଣା କାରଣରୁ ମଧ୍ୟ କାନରେ କଷ୍ଟ ଅନୁଭବ ହୁଏ । ଇନ୍ଫେକ୍ସନ କାରଣରୁ କାନ ଭିତରୁ ଯନ୍ତ୍ରଣା ହୋଇଥାଏ ।
ଇନଫେକ୍ସନ ସ୍ୱିମିଂ ହେଡ୍ଫୋନ୍ , କଟନ ଓ ଆଙ୍ଗୁଠି ପୁରାଇବା ଦ୍ୱାରା ବାହାରୁ ସଂକ୍ରମଣ ହୋଇପାରେ । କାନ ଭିତରେ ତ୍ୱଚା ଛାଡ଼ି ଯିବା ଦ୍ୱାରା ଓ ପାଣି ଚାଲିଯିବା କାରଣରୁ କାନରେ ବ୍ୟାକ୍ଟେରିଆ ମଧ୍ୟ ହୋଇପାରେ ।
କାନ ଯନ୍ତ୍ରଣା ଅନ୍ୟ କାରଣ – ବାୟୁର ପ୍ରଭାବ , କାନରେ ମଇଳା , ଗଳା ଖରାପ ହେଲେ , ସାଇନସର ସଂକ୍ରମଣ , କାନରେ ପାଣି ବା ସାମ୍ପୁ ପଶିଗଲେ , ଦାନ୍ତରେ ସଂକ୍ରମଣ , କାନରେ ଏକ୍ଜିମା ହେବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ ।
ଘରେ କେମିତି କରିବେ ଚିକିତ୍ସା – କାନରେ ଯନ୍ତ୍ରଣା ହେଲେ ଏହାର ଚିକିତ୍ସା ଘରେ କରାଯାଇ ପାରିବ । କାନକୁ ଓଦା ହେବାକୁ ଦିଅନ୍ତୁ ନାହିଁ ।କାନରୁ ଯନ୍ତ୍ରଣା ହ୍ରାସ କରିବା ପାଇଁ ସିଧା ହୋଇ ବସନ୍ତୁ । ଚୁଇଗମ୍ ଚୋବାଇବାରେ ମଧ୍ୟ କମ୍ ପ୍ରଭାବ ପଡ଼ିପାରେ । ନବଜାତ ଶିଶୁ କାନରେ ଯନ୍ତ୍ରଣାଯଦି ହୁଏ ତାକୁ କ୍ଷୀର ପିଆନ୍ତୁ । ଏଥିରେ କାନରେ ଯନ୍ତ୍ରଣା ପ୍ରଭାବ କମିଯାଏ ।
ମେଡିକାଲ ଚିକିତ୍ସା – ଯଦି ଆପଣଙ୍କ କାନରେ ଖୁବ୍ ଯନ୍ତ୍ରଣା ସହ ଜ୍ୱର ହୋଇଥାଏ , ତ ଡାକ୍ତରଙ୍କୁ ନିଶ୍ଚୟ ଦେଖାନ୍ତୁ । ଏଥିପାଇଁ ଡାକ୍ତର ଆପଣଙ୍କୁ କିଛି ଆଣ୍ଟିବାୟୋଟିକ୍ ଔଷଧ ଓ ଇୟର ଟ୍ରପ୍ସ ଦେଇପାରନ୍ତି । କେବେ ବି ଆରାମ ମିଳିବା ପରେ ଔଷଧ ନେବାରେ ବନ୍ଦ କରନ୍ତୁ ନାହିଁ । ଯେପର୍ୟ୍ୟନ୍ତ ଔଷଧର କୋର୍ସ ନସରିଛି , ସଂକ୍ରମଣ ସଂପୂର୍ଣ୍ଣ ରୂପେ ଠିକ୍ ହୋଇନାହିଁ ।
ଯଦି ଆପଣଙ୍କୁ ଅନେକ ସମୟରେ କାନରେ ଯନ୍ତ୍ରଣାର ଅନୁଭବ ହେଉଛି ତ କିଛି କଥାକୁ ଧ୍ୟାନ ଦିଅନ୍ତୁ । ଯେମିତି କି ସିଗାରେଟ୍ ନ ପିଅନ୍ତୁ । କାନରେ କୌଣସି ପ୍ରକାର ଜିନିଷ ପୂରାନ୍ତୁ ନାହିଁ । ଗାଧୋଇବା ବା ସ୍ୱିମିଂ ପରେ କାନକୁ ଶୁଖାଇ ଦିଅନ୍ତୁ , ଧୂଳି ଓ ଆଲର୍ଜି ଥିବା ଜିନିଷରୁ ଦୂରେଇ ରୁହନ୍ତୁ ।
Powered by Froala Editor