‘ସ୍ୱତନ୍ତ୍ର ଟ୍ରେନ’ରୁ ହଟିବ ‘ସ୍ୱତନ୍ତ୍ର’ ଶବ୍ଦ : ଆରମ୍ଭ ହେବ ନିୟମିତ ଟ୍ରେନ ସେବା
କୋଭିଡ ସମୟରେ ‘ସ୍ୱତନ୍ତ୍ର ଟ୍ରେନ’ ଭାବେ ଚଳାଚଳ କରୁଥିବା ଟ୍ରେନ ଗୁଡିକରୁ ‘ସ୍ୱତନ୍ତ୍ର’ ଶବ୍ଦ ହଟାଇ ଦିଆଯିବ । ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଥିବାରୁ ପରିସ୍ଥିତି ମଧ୍ୟ ସୁଧାର ଆସିଛି । ଏଭଳି ପରିସ୍ଥିତିରେ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ନିୟମିତ ଟ୍ରେନ୍ ସେବା ଆରମ୍ଭ କରିଛି । କିଛି ଦିନ ମଧ୍ୟରେ ୧୭୦୦ ରୁ ଅଧିକ ଟ୍ରେନ୍ ନିୟମିତ ଟ୍ରେନ୍ ଭାବରେ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।
କରୋନା ମହାମାରୀ ବେଳେ ସ୍ୱତନ୍ତ୍ର ନାମରେ ଟ୍ରେନ ଚଳାଚଳ କରି ଯାତ୍ରୀମାନଙ୍କ ଠାରୁ ଭାରତୀୟ ରେଳବାଇ ଅଧିକ ଭଡ଼ା ନେଉଥିଲା। ଏହାକୁ ଯାତ୍ରୀ ଓ ଅନ୍ୟ ମହଲରେ ତୀବ୍ର ବିରୋଧ କରାଯାଉଥିଲା। ବିରୋଧ ପରେ ରେଳ ବୋର୍ଡ ଶୁକ୍ରବାର ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେଲ୍ ଏବଂ ସ୍ପେସାଲ ଟ୍ରେନ୍ରେ ସ୍ପେସାଲ ଟ୍ୟାଗ୍ ଲଗାଇ ଯେଉଁ ଟ୍ରେନଗୁଡ଼ିକ ଚଳାଯାଉଥିଲା ତାହାକୁ ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି। ଏଥିସହିତ ତୁରନ୍ତ ଟିକଟ ମୂଲ୍ୟ ମହାମାରୀ ପୂର୍ବସ୍ତରକୁ କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜାରି କରାଯାଇଥିବା ସର୍କୁଲାରରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି, ବର୍ତ୍ତମାନ ପୁନର୍ବାର କୋଭିଡ୍ ସ୍ଥିତିରେ ସୁଧାର ଆସିଛି । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଉଥିବା ସ୍ୱତନ୍ତ୍ର ଭଡା ବର୍ତ୍ତମାନ ବଦଳିଯିବ । ତା’ପରେ ନିୟମିତ ଭଡା ଦେବାକୁ ପଡିବ । ଏସବୁ ବ୍ୟତୀତ ସାଧାରଣ ଟିକେଟ୍ ବ୍ୟବସ୍ଥା ମଧ୍ୟ ଶେଷ ହେବାକୁ ଯାଉଛି । ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ପୂର୍ବରୁ ବୁକ୍ ହୋଇଥିବା ଟ୍ରେନ୍ ଟିକେଟ୍ ଉପରେ କୌଣସି ଅତିରିକ୍ତ ଭଡା ଆଦାୟ କରାଯିବ ନାହିଁ, କିନ୍ତୁ ଟଙ୍କା ଫେରସ୍ତ କରାଯିବ ନାହିଁ ।
Powered by Froala Editor