ପାହାଡ଼ ଧସିଲା, କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ

କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଟ୍ରେନର ୫ଟି ବଗି ରେଳଧାରଣାରୁ ଖସିଯାଇଥିବା ଜଣାଯାଇଛି । ଭୋର୍ ୩ଟା ୩୦ମି. ସମୟରେ ବେଙ୍ଗାଲୁରୁ ରେଳ ଡିଭିଜନର ଟୋପୁରୁ-ସିବାଡି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟୋପୁରୁ ଶିବାଡ଼ିରେ ହଠାତ୍ ପାହାଡ଼ ଧସିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏବେ ସୁଦ୍ଧା ଟ୍ରେନ୍ ଲାଇନ୍ କଡ଼ରୁ ପଥର କଢାଯାଇନଥିବା ସୂଚନା ମିଳିଛି।
ଜଣାଯାଇଛି ଯେ, ରେଳ ଧାରଣା କଡରେ ଥିବା ଛୋଟ ଛୋଟ ପାହାଡରୁ ଅତର୍କିତ ଭାବରେ ପଥର ଖଣ୍ଡ ଖସି ରେଳଧାରଣା ଉପରେ ପଡିବାରୁ ସେହି ବାଟଦେଇ ଅତିକ୍ରମ କରୁଥିବା କାନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ପଶ୍ଚିମ ରେଳବାଇ ପକ୍ଷରୁ ସେଠାକୁ ରିଲିଫ ଟ୍ରେନ ପଠାଯାଇ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଅନ୍ୟ ଏକ ଟ୍ରେନରେ ଗନ୍ତବ୍ୟ ସ୍ଥଳକୁ ପଠାଯିବା ସହିତ ଲାଇନଚ୍ୟୁତ ଡବାଗୁଡିକୁ ଧାରଣା ଉପରକୁ ଉଠାଇବା ଏବଂ ରେଳଧାରଣା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।
Powered by Froala Editor