ଏତିକି ଟଙ୍କା ଅର୍ଥଦଣ୍ଡ ଦେଲେ ଇଓନ ମୋର୍ଗାନ

ମୁମ୍ବାଇ: ଚଳିତ ଆଇପିଏଲରେ ପୁଣି ଜଣେ ଅଧିନାୟକ ଧୂମା ଓଭର ହାର ପାଇଁ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେ ଆର)ର ଅଧିନାୟକ ଇଓନ ମୋର୍ଗାନ । ବୁଧବାର ଏଠାରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ବିପକ୍ଷ ମ୍ୟାଚରେ କେକେଆର ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ୨୦ ଓଭର ସମ୍ପୂର୍ଣ୍ଣ କରିଥିଲା । ତେଣୁ ଆଇପିଏଲର ନିୟମ ଅନୁସାରେ ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ମୋର୍ଗାନଙ୍କ ୧୨ ଲକ୍ଷ ଟଙ୍କା ଅର୍ଥଦଣ୍ଡ ମିଳିଛି । ୨ୟ ଅପରାଧ ପାଇଁ ଅଧିନାୟକ ୨୪ ଲକ୍ଷ ଅର୍ଥଦଣ୍ଡ ଦେବେ ଏବଂ ଦଳର ସମସ୍ତ ଖେଳାଳିଙ୍କ ୨୫ ପ୍ରତିଶତ ମ୍ୟାଚ ଫି କିମ୍ବା ୬ ଲକ୍ଷ ଟଙ୍କା (ଯେଉଁଟି କମ) ଦେବେ । ବୁଧବାର ମ୍ୟାଚରେ ସିଏସକେ ୧୮ ରନରେ କେକେଆରକୁ ପରାସ୍ତ କରିଥିଲା । ଫାପ ଡୁ ପ୍ଲେସି ଓ ଋତୁରାଜ ଗାଏକୱାଡଙ୍କ ଅର୍ଦ୍ଧଶତକ ବଳରେ ସିଏସକେ ୩ ୱିକେଟରେ ୨୨୦ ରନ କରିଥିଲା । ପରେ ଆନେ୍ଦ୍ର ରସେଲ ଓ ଫ୍ୟାଟ କମିସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ୱେ କେକେଆର ୨୦୨ ରନ କରି ଅଲଆଉଟ ହୋଇଯାଇଥିଲା ।
Powered by Froala Editor