ରାଜ୍ୟରେ ୨୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୩ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୫୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୧୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ୧୦୪୪୯୬୨ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଖୋର୍ଦ୍ଧାରୁ ୧୨୯ ଜଣ, କଟକରୁ ୨୧ ଜଣ, ଯାଜପୁରରୁ ୧୦ ଜଣ, ସମ୍ବଲପୁର ଓ ଗଜପତି ଜିଲ୍ଲାରୁ ୯ ଜଣ ଲେଖାଁଏ, ବାଲେଶ୍ବର, ଦେବଗଡ଼ ଓ ପୁରୀ ଜିଲ୍ଲାରୁ ୭ ଜଣ ଲେଖାଁଏ, ସମ୍ବଲପୁରରୁ ୬ ଜଣ, ଢ଼େଙ୍କାନାଳରୁ ୫ ଜଣ, ମୟୂରଭଞ୍ଜରୁ ୪ ଜଣ, ଗଞ୍ଜାମରୁ ୩ ଜଣ, ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଁଏ, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୋଲ୍ରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୩୬୫୨ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor