କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ: ଗିରଫ ହେଲେ ଇଞ୍ଜିନିୟର
ହାଇଦ୍ରାବାଦ: ଚଳିତ ଟି-୨୦ ବିଶ୍ୱକପ ଅବସରରେ ଭାରତୀୟ ଦଳର ଲଗାତାର ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଅନଲାଇନରେ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗରେ ହାଇଦ୍ରାବାଦର ଜଣେ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ୨୩ ବର୍ଷ ବୟସ୍କ ରାମନଗେଶ ଶ୍ରୀନିବାସ ଅକୁବାଥିନି । ମୁମ୍ବାଇ ପୁଲିସର ଏକ ସ୍ୱତନ୍ତ୍ର ଦଳ ବୁଧବାର ତାଙ୍କ ଗିରଫ କରିବା ପରେ ସେ ଅତୀତରେ ଜଣେ ଖାଦ୍ୟ ଯୋଗାଣକାରୀ ଆପ ପାଇଁ କାର୍ଯ୍ୟ କରୁଥିବା କହିଛି । ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳକୁ ରାମନଗେଶ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ବଦଳାଇ ଦେଇଥିଲେ ଏବଂ ନିଜକୁ ଜଣେ ପାକିସ୍ତାନୀ ବ୍ୟବହାରକାରୀ ଭାବେ ଛଳନା କରିଥିଲେ । ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରି ମୁମ୍ବାଇ ନେଇଯାଇଛି । ପୁଲିସ ପକ୍ଷରୁ କୁହାଯାଇଛି, ସେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଏବଂ ଏବେ ବେକାରୀ ରହିଛି । ଉଭୟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ମହିଳା କମିସନର (ଡିସିଡବ୍ଲୁ) ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କମିସନର ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଥିଲା ।
Powered by Froala Editor