ଶାଢୀ ମାଗିଥିଲା ସ୍ତ୍ରୀ, ଗୁଳି ମାରିଦେଲା ସ୍ୱାମୀ
ପୂଜା ପାଇଁ ଶାଢୀ ଖଣ୍ଡେ ମାଗିଦେଲା ସ୍ତ୍ରୀ । ବାସ୍ ଏତିକିରେ ସ୍ୱାମୀ ମୁଣ୍ଡକୁ ପିତ୍ତ ଚଢିଗଲା । କିଛି ଆଗପଛ ନଭାବି ସ୍ତ୍ରୀକୁ ଗୁଳି କରି ମାରିଦେଲା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଦେବରିଆରେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ସମ୍ପୃକ୍ତ ସ୍ୱାମୀଙ୍କୁ ହେପାଜତରେ ନେଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ପୌନା ଗ୍ରାମର ପୁରବ ପଟ୍ଟି ବାସିନ୍ଦା ନରେନ୍ଦ୍ର ତିୱାରୀ ୪ ବର୍ଷ ହେବ ଅନୁରାଧାଙ୍କୁ ବିବାହ କରିଥିଲେ । ତାଙ୍କର ୧ ବର୍ଷର ଜଣେ ଝିଅ ମଧ୍ୟ ରହିଛି । ନରେନ୍ଦ୍ର ଏକ ଷ୍ଟେସନାରୀ ଦୋକାନ ଚଳାଉଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ଛଟ ପୂଜା ଉପଲକ୍ଷେ ନୂଆ ଶାଢୀ ମାଗିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା ।
ପୋଲିସ ମୁତାବକ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଚାଲୁଥିଲେ । ନିକଟରେ ସ୍ତ୍ରୀ ଅନୁରାଧା ନିଜ ଭାଇର ତିଳକତ୍ସୋବରେ କିଛି ମୋଟା ଅଙ୍କର ଉପହାର ଦେବା ପାଇଁ କହିଆସୁଥିଲେ । ଯାହାକୁ ବାରମ୍ବାର ଅଣଦେଖା କରୁଥିଲେ ନରେନ୍ଦ୍ର । ଯାହାକୁ ନେଇ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏପରିକି ମୋବାଇଲ୍ ଫୋନ୍ ମାଗିବାରୁ ନରେନ୍ଦ୍ର ଫୋନକୁ ଲୁଚାଇ ଦେଇଥିଲେ । ପରେ କଳହ ହେବାରୁ ନରେନ୍ଦ୍ର ଉତକ୍ଷିପ୍ତ ହୋଇ ବାପାଙ୍କ ଲାଇସେନ୍ସ ବନ୍ଧୁକରେ ସ୍ତ୍ରୀକୁ ଗୁଳି ମାରିଦେଇଥିଲେ ।
Powered by Froala Editor