ଫଟା ଗୋଇଠିରେ ଲଗାନ୍ତୁ ପେଟ୍ରୋଲିୟମ୍ ଜେଲି, ତା’ପରେ ଦେଖନ୍ତୁ ଏହାର କମାଲ୍
ଭେସଲିନ୍ ହେଉଛି ପେଟ୍ରୋଲିୟମ୍ ଜେଲି। ଏହି ଭେସଲିନର ବ୍ୟବହାର ଅଧିକତଃ ଶୀତ ଦିନ କରାଯାଏ। କାରଣ ଏହି ଦିନରେ ଶରୀରର ବିଭିନ୍ନ ଅଙ୍ଗ ତଥା ତ୍ବଚା ବହୁତ ଶୁଷ୍କ ହୋଇଯାଇଥାଏ।
ଫଳରେ ବିଭିନ୍ନ ପ୍ରକାର ଚର୍ମ ସମସ୍ୟା ଦେଖାଦିଏ। ଏଥିପାଇଁ ଆଜି ଆମେ କହିବାକୁ ଯାଉଛୁ ଭେସଲିନର ଏକ ଫାଇଦା, ଯାହାକୁ ଲଗାଇବା ଦ୍ବାରା ଆପଣ ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ।
ପାଣିପାଗ ଅନୁସାରେ, ଅଧିକାଂଶ ଲୋକ ଫଟା ଗୋଇଠି ଯୋଗୁଁ ବହୁତ କଷ୍ଟ ପାଇଥାନ୍ତି। ଫଟା ଗୋଇଠି ଯୋଗୁଁ ଯେଉଁମାନଙ୍କୁ ଅଧିକ ଦରଜ ସହିବାକୁ ପଡ଼େ ସେମାନଙ୍କ ପାଇଁ ଭେସଲିସ ହେଉଛି ବେଷ୍ଟ ଉପାୟ। ଭେସଲିନ ଲଗାଇବା ଦ୍ବାରା ବହୁତ ଉପକାରୀ ମିଳିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଡ଼ ଏବଂ ପାଦ ଗୋଇଠି ଭଲ ଭାବେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ଫଟା ଗୋଇଠି ଭେସଲିନ୍ ଲଗାଇ ଭଲ ଭାବେ ମସାଜ୍ କରନ୍ତୁ। ପୁଣି ମଉଜା ପିନ୍ଧି ଶୋଇବାକୁ ଯାଆନ୍ତୁ। ଲଗାତାର ଭାବେ ଏଭଳି କରିବା ଦ୍ବାରା ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ। ଏହା କରିବା ଦ୍ବାରା ପାଦ ଓ ଗୋଇଠି ଚିକ୍କଣ ମଧ୍ୟ ହୋଇଯିବ।
Powered by Froala Editor