ବଢୁଛି କରୋନାର କାୟା, ନବରଙ୍ଗପୁର କୋଭିଡ ହସ୍ପିଟାଲର ଦାୟିତ୍ୱ ନେବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନବରଙ୍ଗପୁର କୋଭିଡ ହସ୍ପିଟାଲର ଦାୟିତ୍ୱ ରାଜ୍ୟ ସରକାର ନେବେ । ନବରଙ୍ଗପୁରରେ କୋଭିଡ ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ।
ଆଜି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏମଇଟିଙ୍କ ସହ ନବରଙ୍ଗପୁରରେ କୋଭିଡ ସ୍ଥିତି ସୀମକ୍ଷା କରିଥିଲେ । ସମୀକ୍ଷା ପରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ଯେ, ନବରଙ୍ଗପୁର କୋଭିଡ ହସ୍ପିଟାଲର ଦାୟିତ୍ୱ ରାଜ୍ୟ ସରକାର ନେବେ । ୩ ଜଣ ଅତିରିକ୍ତ ଡାକ୍ତରଙ୍କୁ ନେଇ କୋଭିଡ ନିୟନ୍ତ୍ରଣ କରାଯିବ । ଏବେ ୨ଶହ ବେଡ ଅଛି । ଶୀଘ୍ର ଆଉ ୧୦ରୁ ୧୨ ବେଡ ବୃଦ୍ଧି କରାଯିବ । ୯ଟି ଭେଣ୍ଟିଲେଟର ଅଣାଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
Powered by Froala Editor