ସମୁଦ୍ରରେ ଅବତରଣ କଲା ସ୍ପେଶଏକ୍ସ କ୍ୟାପସୁଲ, ସିଧା ପ୍ରସାରଣ କଲା ନାସା

ମହାକାଶକୁ ଯାଇଥିବା ସ୍ପେଶଏକ୍ସ କ୍ୟାପସୁଲ ସୋମବାର ଫ୍ଲୋରିଡା ସମୁଦ୍ରରେ ଓହ୍ଲାଇଛି । ସ୍ପେଶଏକ୍ସ କ୍ୟାପସୁଲ ଅବତରଣକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସିଧା ପ୍ରସାରଣ କରାଯାଇଥିଲା । କ୍ୟାପସୁଲ ଜଳରାଶିରେ ଖସିବା ପରେ ହେଲିକପ୍ଟର ଯୋଗେ ଚାରି ଜଣ ମହାକାଶଚାରୀଙ୍କୁ ସ୍ଥଳଭାଗକୁ ଅଣାଯାଇଥିଲା । ପରେ ଏକ କ୍ଷୁଦ୍ର ଜାହାଜ ଦ୍ୱାରା ଉକ୍ତ କ୍ୟାପସୁଲକୁ ଜଳଭାଗରୁ ଉଦ୍ଧାର କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଏହି ମହାକାଶ ଅଭିଯାନରେ ଯାଇଥିବା ଚାରି ଜଣ ମହାକାଶଚାରୀ ଛଅମାସ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବିତାଇଥିଲେ । ଏହା ଜଳଭାଗରେ ଅବତରଣ କରିବା ପୂର୍ବରୁ ଏହି ବୃହଦାକାୟ କ୍ୟାପସୁଲର ଚାରିଟି ବିଶାଳ ଆକାଶଛତାକୁ ଖୋଲି ଦିଆଯାଇଥିଲା । ପରେ ଏହା ସମୁଦ୍ରରରେ ଅବତରଣ କରିଥିଲା ।
Powered by Froala Editor