କୋଭିଡ ଟିକା ନେଇ କୋଟିପତି ବନିଗଲେ ଜୋନ୍
କୋଭିଡ ଟିକାକରଣ ଅଭିଯାନ ଜାରି ରହିଛି । ପୂର୍ବରୁ ଟିକାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲେ ବି ଅଧିକାଂଶ ଲୋକେ ଟିକା ନେଇଛନ୍ତି । ଯେଉଁଥିପାଇଁ ସଂକ୍ରମଣ ମଧ୍ୟ କମିିଛି । ତେବେ ଜଣେ ମହିଳାଙ୍କୁ ଟିକା ପାଇଁ ୫ କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ଏ କଥା ଅଜବ ଲାଗୁଥିଲେ ହେଁ ସତ । ମହିଳା ଜଣକ ଅଷ୍ଟ୍ରେଲିଆର । ତେବେ କେମିତି ତାଙ୍କ ଭାଗ୍ୟ ବଦଳିଗଲା ଆସନ୍ତୁ ଜାଣିବା...
ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ଜୋନ୍ ଝୁ ଗତ ମାସରେ ଏକ ମିଲିୟନ ଡଲାର ଟିକା ଲଟେରୀରେ ଭାଗ ନେଇଥିଲେ। କୋଭିଡ ଟିକାକରଣ ହାର ବୃଦ୍ଧି ପାଇଁ କିଛି ସମାଜସେବୀଙ୍କ ଦ୍ୱାରା ଏହି ଲଟେରୀ ଆୟୋଜନ କରାଯାଇଥିଲା । ପ୍ରାୟ ୨୭ ଲକ୍ଷ ୪୪ ହଜାର ୯୭୪ଜଣ ଏହି ଲଟେରୀ ପାଇଁ ପଞ୍ଜିକରଣ କରିଥିଲେ । ଲଟେରୀର ଅଂଶଗ୍ରହଣକାରୀମାନେ ଅକ୍ଟୋବର ୩୧ ସୁଦ୍ଧା ଅତି କମରେ କୋଭିଡ-୧୯ ଟିକାର ଗୋଟିଏ ଡୋଜ ନେବାର ନିୟମ ଥିଲା । ଆଉ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଝୁ ଭାଗ୍ୟଶାଳୀ ଡ୍ରରେ ରାତାରାତି କୋଟିପତି ହୋଇଛନ୍ତି । ସେ ୫.୪ କୋଟି ଟଙ୍କାର ଲଟେରୀ ଜିତିଛନ୍ତି ।
Powered by Froala Editor