ତ୍ଵଚା ଚିକ୍କଣ କରେ- କର୍ପୁର ତେଲ
ପ୍ରାୟତଃ ଘରେ କର୍ପୁର ରଖିବା ବହୁ ଲୋକ ଶୁଭ ମାନନ୍ତି। ଅଶୁଭ ଶକ୍ତିକୁ ଏହା ଘରଠାରୁ ଦୂର କରେ ବୋଲି ମାନ୍ୟତା ରହିଛି। ଏଥିପାଇଁ ଲୋକମାନେ ପୂଜାରେ କର୍ପୁର ଜଳାଇ ଘର ଶୁଦ୍ଧ କରନ୍ତି। ତେବେ ଏହା ବ୍ୟତୀତ କର୍ପୁରର ଆହୁରି ଲାଭଦାୟକ ଗୁଣ ରହିଛି। ଏହା ଆପଣଙ୍କ ଶରୀର ପାଇଁ ଔଷଧ ଭଳି ମଧ୍ୟ କାମ କରିବ। ତେବେ କର୍ପୁର ତେଲକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ ୫୦ ଗ୍ରାମର କର୍ପୁର ଓ ୧୦୦ ଗ୍ରାମର ନଡିଆ ତେଲ ଆବଶ୍ୟକ। ରାତିରେ ନଡିଆ ତେଲ ସହ କର୍ପୁର ମିଶାଇ ଦିଅନ୍ତୁ। ସକାଳ ବେଳକୁ ପ୍ରସ୍ତୁତ ହୋଇଯିବ କର୍ପୁର ତେଲ।
ତେବେ ଜାଣନ୍ତୁ କର୍ପୁର ତେଲର ଉପକାରିତା-
୧-କେଶରୁ ରୁପି ଏବଂ ଉକୁଣି ଦୂର କରେ- କର୍ପୁର ମିଶା ତେଲ କେଶରେ ଲଗାଇବା ଖୁବ୍ ଲାଭଦାୟକ ହୋଇଥାଏ। ନଡିଆ ତେଲରେ କର୍ପୁର ମିଶାଇ ରାତିରେ ଲଗାନ୍ତୁ। ଏହାପର ଦିନ ସକାଳେ ସାମ୍ପୁ କରି ନିଅନ୍ତୁ। ଦେଖିବେ ଆପଣଙ୍କ କେଶରୁ ଉକୁଣି ଓ ରୁପି ଦୂର ହୋଇଯିବ।
୨-ତ୍ଵଚା ଚିକ୍କଣ କରେ- କର୍ପୁର ତେଲରେ ଗୋଲାପ ଜଳ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ନିୟମିତ କରିବା ଦ୍ଵାରା ଆପଣଙ୍କ ତ୍ଵଚା ଚିକ୍କଣ ଦେଖାଯିବ।
୩-ତ୍ଵଚାରୁ ଦାଗ ଦୂର କରେ-କର୍ପୁର ତେଲ ଲଗାଇବା ଦ୍ଵାରା ଆପଣଙ୍କ ମୁହଁରୁ ଦାଗ ଦୂର ହୋଇଥାଏ। ମୁହଁରୁ ଶୁଖିଲାପଣ ମଧ୍ୟ ଦୂର କରେ।
୪-ଗୋଇଠି ଫଟା ଦୂର କରେ- କର୍ପୁର ତେଲ ଗୋଇଠି ଫଟା ଦୂର କରିବା ପାଇଁ ସହାୟକ ହୋଇଥାଏ। ଏକ ଟବରେ କିଛି ପାଣିରେ ଦୁଇ ଚାମଚ କର୍ପୁର ମିଶା ତେଲ ପକାନ୍ତୁ। ଏହାପରେ ପାଦକୁ ଏଥିରେ ୨୦ ମିନିଟ୍ ଯାଏଁ ବୁଡାଇ ରଖନ୍ତୁ। ଏହାଦ୍ଵାରା ଆପଣଙ୍କ ଗୋଇଠି ଫଟା ସମସ୍ୟା ଦୂର ହୋଇଯିବ।
୫- ଅଧିକ ଗରମ ଲାଗୁଥିଲେ ନଡିଆ ତେଲରେ କିଛି କର୍ପୁର ମିଶାଇ ଶରୀରରେ ମାଲିସ୍ କରନ୍ତୁ। ଆପଣଙ୍କୁ ଥଣ୍ଡା ଲାଗିବ।
୬-ଜଳାପୋଡା ଦୂର କରେ- କର୍ପୁର ଥଣ୍ଡା ହୋଇଥାଏ। ଏଥିପାଇଁ କର୍ପୁର ମିଶା ନଡିଆ ତେଲକୁ ଜଳାପୋଡା ହେଉଥିବା ସ୍ଥାନରେ ହାଲୁକା ଭାବେ ଲଗାଇ ଦିଅନ୍ତୁ। ଆପଣଙ୍କର ଜଳାପୋଡା ସମସ୍ୟା ଦୂର ହୋଇଯିବ।
Powered by Froala Editor