ପୋଲିସ୍ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ବିଜେପି କର୍ମୀଙ୍କୁ ଟେକି ନେଉଛି ପୋଲିସ

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତରେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ମମିତା ମେହେର ମୃତୁ୍ୟକୁ ମାସେ ପୁରିଥିଲେ ମଧ୍ୟ ଏଯାଏଁ ମମିତାଙ୍କ ପରିବାରକୁ ମିଳିପାରିଲା ନାହିଁ । ଏଥିପାଇଁ ସାରା ରାଜ୍ୟରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ଆଜି ନବୀନଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରାଇଦେବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି ।
ବର୍ତ୍ତମାନ ବିଜେପିର ଏକ ବିଶାଳ ରାଲି ରାଜମହଲ ଛକରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ ଯାତ୍ରା କରୁଥିବା ସମୟରେ ନାରାବାଜି ସହ ବିଜେପିକର୍ମୀ ମାନେ କଳାପତାକା ପ୍ରଦର୍ଶନ କରୁଛନ୍ତି । ବ୍ୟାରିକେଟ ଭାଙ୍ଗି ତୀବ୍ର ବେଗରେ ନବୀନ ନିବାସ ଅଭିମୁଖେ ମାଡିଆସୁଛି ରାଲି । ପୋଲିସ୍ ଓ କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ବିଜେପି କର୍ମୀମାନଙ୍କୁ ପୋଲିସ୍ ଟେକିନେଉଛି । ଅନ୍ୟପଟେ କଳାହାଣ୍ଟିରେ ମଧ୍ୟ ଆଜି ଓଡିଶାର ସମସ୍ତ ୩୧୪ ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ
Powered by Froala Editor