ପୁରୁଷମାନେ ଏହିସବୁ କଥାକୁ ରଖନ୍ତୁ ଗୁପ୍ତ, ଜୀବନରେ ଦେଖାଦେବନି କୌଣସି ସମସ୍ୟା
ଆଜିର ସମୟରେ ଅନେକ ଲୋକ ଚାଣକ୍ୟଙ୍କ ଦ୍ବାରା କୁହାଯାଇଥିବା ନିୟମକୁ ପାଳନ କରିଥାନ୍ତି। ରାଜନୀତିର ଜ୍ଞାନ ପାଇବା ପାଇଁ ମଧ୍ୟ ଲୋକ ତାଙ୍କର ପୁସ୍ତକ ପଢିବାକୁ ପସନ୍ଦ କରିଥାନ୍ତି। ଏକ ସୁନ୍ଦର ଜୀବନ ପାଇଁ ଚାଣକ୍ୟ ନୀତି ସବୁବେଳେ ସାହାର୍ୟ୍ୟ କରିଥାଏ। ଏଥର ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏଭଳି ୪ଟି କଥା ବିଷୟରେ କହିବାକୁ ଯାଉଛି ଯାହାକୁ ବିଶେଷ କରି ପୁରୁଷମାନେ ଯଦି ପାଳନ କରନ୍ତି ତେବେ ତାଙ୍କ ଜୀବନରେ କୌଣସି ବଡ ଧରଣର ସମସ୍ୟା ଦେଖାଦେବ ନାହିଁ।
ଅର୍ଥ ସମ୍ପର୍କିତ ସୂଚନା: ଚାଣକ୍ୟ ନୀତି ଅନୁସାରେ ଜଣେ ବ୍ୟକ୍ତି କେବେ ବି ଧନ ସମ୍ପର୍କିତ କ୍ଷତି ଓ ଫାଇଦା ସମ୍ପର୍କରେ କୌଣସି ଅନ୍ୟ କୌଣସି ଦ୍ବିତୀୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ଏହି କଥାକୁ ନିଜ ପର୍ୟ୍ୟନ୍ତ ରଖନ୍ତୁ, କାରଣ ବାହାର ବ୍ୟକ୍ତି ଆପଣଙ୍କ କ୍ଷତିରେ ସାହାର୍ୟ୍ୟ କରିବାକୁ ଆସିବ ନାହିଁ। ତେଣୁ କେବେ ବି ନିଜର ଧନ ସମ୍ପର୍କରେ କାହା ଆଗରେ କୁହନ୍ତି ନାହିଁ।
ନିଜ ସମସ୍ୟା ସମ୍ପର୍କରେ କୁହନ୍ତୁ ନାହିଁ: ବହୁ ଲୋକଙ୍କ ଅଭ୍ୟାସ ରହିଛି ନିଜର ସମସ୍ୟା ଓ ଦୁଃଖକୁ ବାହାର ଲୋକଙ୍କ ସାମନାରେ କହିଥାନ୍ତି। କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କୌଣସି ବ୍ୟକ୍ତି ଆପଣଙ୍କ କଥାକୁ ଠିକ୍ ଭାବରେ ଶୁଣିବ ନାହିଁ। ଯଦି ସେ ଶୁଣୁଥାଏ ତେବେ ପଛରେ ଆପଣଙ୍କୁ ନେଇ ଅନ୍ୟମାନଙ୍କ ଆଗରେ ଥଟ୍ଟା-ପରିହାସ କରିପାରେ।
ପତ୍ନୀ ବିଷୟରେ ଅନ୍ୟ ଆଗରେ ଅଭିଯୋଗ କରନ୍ତୁ ନାହିଁ: କିଛି ଲୋକଙ୍କର ଅଭ୍ୟାସ ରହିଥାଏ ନିଜ ପତ୍ନୀ ବିଷୟରେ ଛୋଟଛୋଟ ଅଭିଯୋଗ ଅନ୍ୟମାନଙ୍କ ଆଗରେ କରିବାର। ତେବେ ଭୁଲରେ ବି ଏଭଳି କରନ୍ତୁ ନାହିଁ, କାରଣ ଏଭଳି କଥା ଆପଣଙ୍କ ଘରେ ନକାରତ୍ମକ କଥାର ପ୍ରଭାବ ପକାଇଥାଏ। ବାହାର ଲୋକମାନେ ଆପଣଙ୍କ ଘର କଥାକୁ ନେଇ ପରିହାସ କରିଥାନ୍ତି। ଏଭଳି କରିବା ଫଳରେ ଆପଣଙ୍କ ଭବିଷ୍ୟତରେ ଅସୁବିଧା ହୋଇପାରେ।
ଯଦି କେହି ଅପମାନ କରିଥାଏ: ଜୀବନରେ ଯଦି ଆପଣଙ୍କ କେବେ ଅପମାନିତ ହୋଇଥାନ୍ତି ତେବେ ସେ ସମ୍ପର୍କରେ ବାହାରର କୌଣସି ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। ଏଭଳି କରିବା ଫଳରେ ଆପଣଙ୍କ ସମ୍ମାନ କମି ଯାଇଥାଏ।
Powered by Froala Editor