ବଗିଚାରେ ଏପରି କରନ୍ତୁ ବ୍ୟବହାର, ଫାପାଡନ୍ତୁ ନାହିଁ ପିଆଜ ଚୋପା

ଭୁବନେଶ୍ୱର: ପ୍ରତ୍ୟେକଙ୍କ ରୋଷେଇ ଘରେ ପିଆଜ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହା କଞ୍ଚା ହେଉ କିମ୍ବା ତରକାରୀ, ଭଜାରେ ହେଉ, ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଓ ଚକ୍ଷୁ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଆମେ ପିଆଜ କାଟିଲାବେଳେ ତା’ର ଚୋପାକୁ ଫିଙ୍ଗି ଦେଇଥାଉ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପିଆଜ ଚୋପା ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାକୁ ବଗିଚାରେ ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ଭଲ ଫଳ ମିଳିଥାଏ । ଏଥିରେ ଆପଣ ବଗିଚା ପାଇଁ କମ୍ପୋଷ୍ଟ ତିଆରି କରିପାରିବେ । ଯାହଳ ଆପଣଙ୍କ ବଗିଚା ପାଇଁ ଖୁବ ଭଲ ହୋଇଥାଏ ।
ଏହି ପିଆଜ ଚୋପାର ଖତ ଆପଣଙ୍କ ବଗିଚାର ମାଟିକୁ କ୍ୟାଲସିୟମ ଓ ପୋଟାସିୟମ୍ ଯୋଗାଇଥାଏ । ଏହା ବଗିଚାର ଗଛ ଗୁଡିକ ବୃଦ୍ଧି କରିବାରେ ସାହାଯ୍ୟ କରିବ । ପିଆଜ ଚୋପାରେ ମାଇକ୍ରୋବିଆଲ ଗୁଣ ପ୍ରଚୁର ପରିମାଣରେ ଥିବାରୁ, ଏହା ଗଛ ଗୁଡିକୁ ଭଲଭାବେ ବଢିବାରେ ସାହାଯ୍ୟ କରିଥାଏ ।
କିପରି କରିବେ ବ୍ୟବହାର?
-ପିଆଜ ଚୋପାକୁ ଭଲ ଭାବେ ପେସି, ସେଥିରେ ୪-୫ଚାମଚ ଆଲୋଭେରା ରସ ଭଲ ଭାବେ ମିଶାଇ, ଗଛର ଡାଳକୁ ଏଥିରେ ବୁଡାଇ ଦିଅନ୍ତୁ ଓ ପରେ ଏହାକୁ ମାଟି ପାତ୍ରରେ ଲଗାନ୍ତୁ । ଦେଖିବେ ଗଛ ସୁସ୍ଥ ଭାବେ ବଢିବ ।
-ପିଆଜରେ କ୍ୟାଲସିୟମ, ଆଇରନ, ମାଗ୍ନେସିୟମ ଓ କପର ରହିଥାଏ । ତେଣୁ ଏହାକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ପାଇଁ ଦୁଇ ତିନି ମୁଠା ପିଆଜ ଚୋପା ନେଇ ଏକ ଲିଟର ପାଣିରେ ୨୪ଘଣ୍ଟା ଯାଏଁ ବୁଡାଇ ରଖନ୍ତୁ । ପାଣି ରଙ୍ଗିନ ଓ ଗାଢ ହୋଇଯିବ । ଏହି ପାଣିକୁ ଜାରରେ ରଖି ଆପଣ ଗଛରେ ପ୍ରୟୋଗ କରିପାରିବେ । ଏହାକୁ ମାସରେ ୩,୪ଥର ସ୍ପ୍ରେ କରିପାରିବେ ।
- ଏମିତିକି ପିଆଜ ଚୋପାକୁ ମଧ୍ୟଗଛମୂଳରେ ଦେଲେ ଗଛ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ପାଇଥାଏ ।
Powered by Froala Editor