ମାଡିଗଲା ଟ୍ରକ: ଦମ୍ପତି ମୃତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ରେଙ୍ଗାଲୀ ଥାନା ଅନ୍ତର୍ଗତ ସମରବାଗା ଛକ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଦମ୍ପତିଙ୍କ ଉପରେ ମାଡିଯିବାରୁ ଦୁହିଁଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାମ କୃଷ୍ଣ ସ ଏବଂ ତାଙ୍କ ପତ୍ନୀ ବୋଲି ଜଣାପଡିଛି। ଦମ୍ପତି ଦ୍ୱୟ ଦିପାବଳୀରେ କାହାରବାଗା ଉଚ୍ଚ ବିଦ୍ୟାଳୟରେ ତାଙ୍କ ଝିଅ ଭେଟିବା ପରେ ଲକ୍ଷ୍ନପୁର ବ୍ଲକ ଅନ୍ତର୍ଗତ ବିନିକା ସାପାଲିରେ ନିଜ ଘରକୁ ଯାଉଥିଲେ।
ଏହି ଦୁର୍ଘଟଣା ଭୟଙ୍କର ଥିଲା ଯେ ବାଇକ ଦୁର୍ଘଟଣାରେ କୃଷ୍ନଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକର ଚକ ତଳେ ସେ ଆସିଯାଇଥିଲେ। ଘଟଣା ସ୍ତଳରେ ବହୁ ଉତ୍ତେଜିତ ସ୍ଥାନୀୟ ଲୋକ ଏନଏଚ୍-୪୯ କୁ ଅବରୋଧ କରିଥିଲେ। ପରେ ମୃତକଙ୍କ ସମ୍ପର୍କୀୟଙ୍କ କ୍ଷତିପୂରଣ ଏବଂ ରାଶ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।
Powered by Froala Editor