ରକ୍ତଚାପ ନିୟନ୍ତ୍ରଣ କରେ ଗୁଜୁରାତି

ଖାଦ୍ୟକୁ ସ୍ଵାଦିଷ୍ଟ କରିଥାଏ ଗୁଜୁରାତି। ମସଲାରେ ସୁଗନ୍ଧ ବଢାଏ ଗୁଜୁରାତି। ଏହି ଗୁଜୁରାତିରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଏଥିରେ ମାୟକେନିନ, ଲାଇମୋନିନ, ମେନ୍ଥୋଫୋନ, ଅଲ୍ଫା ଟେରପିନାଲ ରହିଛି। ତେବେ ଗୁଜୁରାତିର ସବୁଠୁ ବଡ ଉପକାରିତା ହେଉଛି ଏହା ଦାନ୍ତରେ ପୋକ ଲାଗିବା ଦାଉରୁ ରକ୍ଷା କରେ। ଏହା ସହ ଓଜନ ହ୍ରାସ କରିବାରେ ସହାୟକ ହୁଏ। ଏତଦ୍ ବ୍ୟତୀତ ରକ୍ତଚାପ, ମଧୁମେହ, ଏବଂ ମୁଖ କ୍ୟାନସର ଭଳି ରୋଗ ଦାଉରୁ ରକ୍ଷା କରେ।
ତେବେ ଜାଣନ୍ତୁ ଗୁଜୁରାତିର ଉପକାରିତା ବିଷୟରେ-
ଦାନ୍ତରେ ପୋକ ଲାଗିବାରୁ ରକ୍ଷା କରେ- ଗୁଜୁରାତିରେ ବହୁ ପ୍ରକାରର ପୋଷକ ତତ୍ତ୍ଵ ରହିଛି। ଏହା ଦାନ୍ତକୁ ପୋକ ଲାଗିବାରୁ ରକ୍ଷା କରେ। ଏଥିରେ ଥିବା ଫାଇଟୋକେମିକାଲ, ଏକ ଶକ୍ତିଶାଳୀ ଆଣ୍ଟିସେପଟିକ୍ ବ୍ୟାଟେରିଆ ମାରିବାରେ ସହାୟକ ହୁଏ। ଏତଦ୍ ବ୍ୟତୀତ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ।
ପାଚନ କରିବାରେ ସହାୟକ ହୁଏ- ପ୍ରତିଦିନ ଗୁଜୁରାତି ଖାଇବା ଦ୍ଵାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ। ଏହା ଓଜନ ହ୍ରାସ କରିବାରେ ସହାୟକ ହୁଏ।
କାଶ-ଥଣ୍ଡା ପାଇଁ ଲାଭଦାୟକ- ଗୁଜୁରାତି ଖାଇବା ଦ୍ଵାରା କାଶ-ଥଣ୍ଡା ଭଲ ହୋଇଥାଏ। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ରାମ ଗୁଜୁରାତି ଗୁଣ୍ଡ ମହୁ ସହ ମିଶାଇ ଖାଆନ୍ତୁ। ଦୁଇରୁ ତିନି ଦିନ ଖାଇବା ଦ୍ଵାରା କାଶ ଥଣ୍ଡା ଭଲ ହୋଇଥାଏ।
ରକ୍ତଚାପ ନିୟନ୍ତ୍ରଣ କରେ- ଗୁଜୁରାତି ଖାଇବା ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ରୁହେ। ଏଥିରେ ଥିବା ପୋଟାଶିୟମ, ମାଗ୍ନେସିୟମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।
ନଂପୁଶକତା ଦୂର କରିବାରେ ସହାୟକ ହୁଏ- ଗୁଜୁରାତି କାମୋତେଜକ ହୋଇଥାଏ। ଏହା ନଂପୁଶକତା ଦୂର କରିବାରେ ସହାୟକ ହୋଇଥାଏ।
Powered by Froala Editor