ସବୁଜ ବାଣ କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଏଥର ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର ବା ସବୁଜ ବାଣ । ଭାରତ ସରକାରଙ୍କ ପେଟ୍ରୋଲିୟମ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ (ପୋସୋ) ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ହେବ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ସବୁଜ ବାଣ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି । ତେବେ ଏହି ସବୁଜ ବାଣ କଣ ଓ ଏହାକୁ ଫୁଟାଇବାକୁ କାହିଁକି ଅନୁମତି ଦିଆଯାଇଛି ।
ସବୁଜ ବାଣ ମୁଖ୍ୟତଃ ସାଧାରଣ ଭାବେ ବ୍ୟବହାର ହୋଇଥିବା ଅନ୍ୟ ବାଣ ଅପେକ୍ଷା କମ୍ କ୍ଷତିକାରକ ଓ ଏଥିରେ ବହୁତ କମ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ । ଏଥିରେ ରାସାୟନିକ ମିଶ୍ରଣ କେମିକାଲ ଫର୍ମୁଲେସନ ଏମିତି ହୋଇଥାଏ ଯେ, ଯାହା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ । ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ । ମୁଖ୍ୟତଃ ଏହା ଲାଇଟ ଓ ସାଉଣ୍ଡ ସୋ (ଆଲୋକ ଓ ଶବ୍ଦ ପ୍ରଦର୍ଶନ) ଭଳି ହୋଇଥାଏ, ଯାହା କମ ପ୍ରଦୂଷଣ କରିଥାଏ ।
Powered by Froala Editor