କେଉଁ ଜିଲ୍ଲାରେ କେତେ ରୋଗୀ ଚିକିତ୍ସିତ ହେଉଛନ୍ତି ଜାଣନ୍ତୁ ?

ଭୁବନେଶ୍ୱର : ରାଜ୍ୟରେ ଏଯାବତ ୩ ଲକ୍ଷ ୯୪ ହଜାର ୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୫୩ ହଜାର ୫୫୧ ଜଣ ସୁସ୍ଥ ହୋଇଥିବାବେଳେ ୩୯୧୧୭ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୮୦୫, ବାଲେଶ୍ୱରରେ ୮୫୫, ବରଗଡ଼ରେ ୧୯୫୪, ଭଦ୍ରକରେ ୫୩୭, ବଲାଙ୍ଗୀରରେ ୧୫୭୦, ବୌଦ୍ଧରେ ୧୫୮, କଟକରେ ୨୩୦୨, ଦେବଗଡ଼ରେ ୧୫୩, ଢେଙ୍କାନାଳରେ ୧୭୮, ଗଜପତିରେ ୨୭୧, ଗଞ୍ଜାମରେ ୬୦୧, ଜଗତସିଂହପୁରରେ ୩୬୪, ଯାଜପୁରରେ ୭୦୯, ଝାରସୁଗୁଡ଼ାରେ ୧୭୮୨, କଳାହାଣ୍ଡିରେ ୨୩୭୮, କନ୍ଧମାଳରେ ୧୮୮, କେନ୍ଦ୍ରାପଡ଼ାରେ ୩୨୧, କେନ୍ଦୁଝରରେ ୭୯୭, ଖୋର୍ଦ୍ଧାରେ ୬୬୯୭, କୋରାପୁଟରେ ୩୧୫, ମାଲକାନାଗିରିରେ ୯୦, ମୟୂରଭଞ୍ଜରେ ୮୧୧, ନବରଙ୍ଗପୁରରେ ୧୩୪୧, ନୟାଗଡ଼ରେ ୪୪୪, ନୂଆପଡ଼ାରେ ୨୧୫୨, ପୁରୀରେ ୧୭୨୮, ରାୟଗଡ଼ାରେ ୫୨୭, ସମ୍ବଲପୁରରେ ୧୮୫୬, ସୁବର୍ଣ୍ଣପୁରରେ ୩୦୩, ସୁନ୍ଦରଗଡ଼ରେ ୫୪୯୮ ଓ ରାଜ୍ୟ ପୁଲରେ ୧୪୩୨ ଜଣ ଚିକିତ୍ସିତ ହେଉଛନ୍ତି ।
Powered by Froala Editor