ରାଜ୍ୟରେ କରୋନାରେ ଆଉ ୮ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୯୭୩ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବାଲେଶ୍ୱରରେ ୧, ବଲାଙ୍ଗୀରରେ ୧, ଗଞ୍ଜାମରେ ୨, କଳାହାଣ୍ଡିରେ ୨, କନ୍ଧମାଳରେ ୧, ଖୋର୍ଦ୍ଧାରେ ଜଣଙ୍କର ମୃତୁ୍ୟ ହୋଇଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳରେ ୧୭୩, ବାଲେଶ୍ୱରରେ ୭୯, ବରଗଡ଼ରେ ୨୬୮, ଭଦ୍ରକରେ ୮୬, ବଲାଙ୍ଗୀରରେ ୨୧୧, ବୌଦ୍ଧରେ ୨୦, କଟକରେ ୩୮୩, ଦେବଗଡ଼ରେ ୩୩, ଢେଙ୍କାନାଳରେ ୧୬, ଗଜପତିରେ ୪୭, ଗଞ୍ଜାମରେ ୬୭, ଜଗତସିଂହପୁରରେ ୬୨, ଯାଜପୁରରେ ୮୫, ଝାରସୁଗୁଡ଼ାରେ ୨୬୧, କଳାହାଣ୍ଡିରେ ୬୮୨, କନ୍ଧମାଳରେ ୩୪, କେନ୍ଦ୍ରାପଡ଼ାରେ ୪୧, କେନ୍ଦୁଝରରେ ୧୫୭, ଖୋର୍ଦ୍ଧାରେ ୯୫୦, କୋରାପୁଟରେ ୫୮ ଓ ମାଲକାନାଗିରିରେ ୨୧ ଜଣ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମୟୂରଭଞ୍ଜରେ ୧୧୫, ନବରଙ୍ଗପୁରରେ ୨୫୭, ନୟାଗଡ଼ରେ ୮୨, ନୂଆପଡ଼ାରେ ୪୪୬, ପୁରୀରେ ୩୦୬, ରାୟଗଡ଼ାରେ ୭୦, ସମ୍ବଲପୁରରେ ୨୬୩, ସୋନପୁରରେ ୬୫, ସୁନ୍ଦରଗଡ଼ରେ ୬୮୪ ଓ ରାଜ୍ୟ ପୁଲରେ ୧୯୩ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor