ରାଜ୍ୟରେ ୬୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ୬୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୩୬୦୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୬୧୧ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୭୩, ବାଲେଶ୍ୱରରେ ୭୯, ବରଗଡ଼ରେ ୨୬୮, ଭଦ୍ରକରେ ୮୬, ବଲାଙ୍ଗୀରରେ ୨୧୧, ବୌଦ୍ଧରେ ୨୦, କଟକରେ ୩୮୩, ଦେବଗଡ଼ରେ ୩୩, ଢେଙ୍କାନାଳରେ ୧୬, ଗଜପତିରେ ୪୭, ଗଞ୍ଜାମରେ ୬୭, ଜଗତସିଂହପୁରରେ ୬୨, ଯାଜପୁରରେ ୮୫, ଝାରସୁଗୁଡ଼ାରେ ୨୬୧, କଳାହାଣ୍ଡିରେ ୬୮୨, କନ୍ଧମାଳରେ ୩୪, କେନ୍ଦ୍ରାପଡ଼ାରେ ୪୧, କେନ୍ଦୁଝରରେ ୧୫୭, ଖୋର୍ଦ୍ଧାରେ ୯୫୦, କୋରାପୁଟରେ ୫୮ ଓ ମାଲକାନାଗିରିରେ ୨୧ ଜଣ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମୟୂରଭଞ୍ଜରେ ୧୧୫, ନବରଙ୍ଗପୁରରେ ୨୫୭, ନୟାଗଡ଼ରେ ୮୨, ନୂଆପଡ଼ାରେ ୪୪୬, ପୁରୀରେ ୩୦୬, ରାୟଗଡ଼ାରେ ୭୦, ସମ୍ବଲପୁରରେ ୨୬୩, ସୋନପୁରରେ ୬୫, ସୁନ୍ଦରଗଡ଼ରେ ୬୮୪ ଓ ରାଜ୍ୟ ପୁଲରେ ୧୯୩ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor