ବାରରେ ବାଉନସର ମନା, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ବାରରେ ବିଶୃଙ୍ଖଳାକୁ ରୋକିବାକୁ ବାଉନସର ରଖାଯାଇଥାଏ । ତେବେ ବେଳେ ବେଳେ ସେମାନେ ବି ଉପôାତ କରିଥାନ୍ତି ।
ଅଯଥାରେ ଗ୍ରାହକଙ୍କୁ ମାଡ଼ ମାରିବାକୁ ବି ପଛାଇନଥାନ୍ତି । ତେବେ ଏବେ ବାରରେ ବାଉନସରଙ୍କ ଉପôାତ ରୋକିବାକୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଜାରି କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କ’ଣ ଏହି ଗାଇଡଲାଇନ ଆସନ୍ତୁ ଜାଣିବା-
୧- କୌଣସି ବାର ଘରୋଇ ସୁରକ୍ଷା କର୍ମୀ “ବାଉନସର’ ରଖିପାରିବେନି
୨- କେବଳ ରେଜଷ୍ଟ୍ରିଭୁକ୍ତ ଘରୋଇ ସିକୁ୍ୟରିଟି ସଂସ୍ଥାରୁ ସୁରକ୍ଷା କର୍ମୀ ରଖିପାରିବେ
୩- କେଉଁମାନଙ୍କୁ ସୁରକ୍ଷା କର୍ମୀଭାବେ ରଖିଛନ୍ତି, ଥାନାରେ ବାର ମାଲିକ ଜଣାଇବେ
୪- କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିପାରିବେନି ସୁରକ୍ଷା କର୍ମୀ
୫- କିଛି ଆବଶ୍ୟକ ହେଲେ ପୁଲିସକୁ ଜଣାଇବାକୁ ସୁରକ୍ଷାକର୍ମୀଙ୍କୁ ନିଦେ୍ର୍ଧଶ
Powered by Froala Editor