ଉର୍ମିଲା କରୋନା ସଂକ୍ରମିତ

ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କରୋନା ଦ୍ୱାରା ସଂକ୍ରମିତ ହେଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା ଅଫିସିଆଲ ଟ୍ୱିଟର ଆକାଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି। ଉର୍ମିଲା ଏବେ ତାଙ୍କର ନିଜ ଘରେ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ଯେଉଁମାନେ ତାଙ୍କ ସହ ଦେଖା କରିଛନ୍ତି ସେମାନେ ସେମାନଙ୍କର କରୋନା ପରୀକ୍ଷା କରାଇ ଦିଅନ୍ତୁ ବୋଲି କହିଛନ୍ତି ଉର୍ମିଳା।
ଉର୍ମିଲା ଟ୍ୱିଟ କରି ପରାମର୍ଶ ଦେଇଛନ୍ତି ଯେ ‘ମୁଁ କରୋନା ଭାଇରସ୍ ପଜିଟିଭ୍ ହୋଇସାରିଛି। ମୁଁ ଭଲ ଅଛି ଏବଂ ହୋମ୍ କ୍ୱାରେଣ୍ଟାଇନ୍ରେ ନିଜକୁ ଆଇସୋଲେଟ୍ କରି ରଖିଛି। ମୁଁ ନିଜର ଯତ୍ନ ନେଉଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛି। ମୋ ସହିତ ଯୋଗାଯୋଗ କରିଥିବା ସମସ୍ତେ ତୁରନ୍ତ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି।’
ସୂଚନା ମୁତାବକ, ଗତବର୍ଷ ଉର୍ମିଲା କଂଗ୍ରେସ ଛାଡି ଶିବ ସେନାରେ ଯୋଗ ଦେଇଥିଲେ।
Powered by Froala Editor