ଶ୍ରୀମନ୍ଦିରରେ ଭିଡିଓ କଲ୍ କରି ଫସିଲେ ୨ ବ୍ରାହ୍ମଣ

ଶ୍ରୀମନ୍ଦରରେ ଭିଡିଓ କଲ୍ କରିବା ବ୍ରାହ୍ମଣ ମହାଶୟଙ୍କୁ ମହଙ୍ଗା ପଡିଛି । ଆଜି ସକାଳେ ଦୁଇ ଜଣ ବ୍ରାହ୍ମଣ ଶ୍ରୀମନ୍ଦିର ବିମଳା ମନ୍ଦିରରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବ୍ରାହ୍ମଣ ପରିଚୟ ଦେଇ ଚଣ୍ଡୀପାଠ କରୁଥିଲେ। ଚଣ୍ଡୀ ପାଠର ଆୟୋଜନ କରିବା ସହ ଚଣ୍ଡୀପାଠର ସିଧା ପ୍ରସାରଣ ଜଜମାନଙ୍କୁ ଭିଡିଓ କଲ ଜରିଆରେ ଦେଖାଉଥିଲେ। ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ପୂର୍ବରୁ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଚଣ୍ଡୀପାଠର ଭିଡିଓ କଲ ଦେଖି ମା ବିମଳା ମଦିରର ପୂଜକ ସଦାଶିବ ପଣ୍ଡା ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଥାନାଙ୍କୁ ଆଣିଥିଲା। ଦୁଇ ଅଭିଯୁକ୍ତ ହେଉଛନ୍ତି କପିଳେଶ୍ୱରପୁର ଶାସନର ସନ୍ତୋଷ ଦାଶ ଓ ଚନ୍ଦନପୁର ବୀରବଳଭଦ୍ରପୁରର ପ୍ରଶାନ୍ତ ମହାପାତ୍ର। ଶ୍ରୀମନ୍ଦିର ଆଇନ ସମେତ ସିଆରପସି ଦଫା ୨୯୫ /୩୪ ବଳରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ନୋଟିସ ଦେଇ ଛାଡ଼ିଦେଇଛି।
Powered by Froala Editor