ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର, ନୀଳଗିରି ଥାନା ଘେରାଉ କଲା ବିଜେପି
ଭୁବନେଶ୍ୱର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ସାରା ରାଜ୍ୟ । ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର । ଦିନକୁ ଦିନ ବିରୋଧୀଙ୍କ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ମମିତାଙ୍କ ନ୍ୟାୟ ଦାବି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ଆଜି ନୀଳଗିରି ବିଜେପି ପକ୍ଷରୁ ନୀଳଗିରି ଥାନା ଘେରାଉ କରାଯାଇଛି ।
ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି ।
Powered by Froala Editor