ମୃତ୍ୟୁ ସମୟରେ କ’ଣ ହୁଏ, କେଉଁମାନଙ୍କୁ ହୁଏ ଭୟାନକ ଅନୁଭବ ?
ମ଼ୃତ୍ୟୁକୁ ସମସ୍ତେ ଡ଼ରନ୍ତି। ମୃତ୍ୟୁ ବେଳେ ମଣିଷ କଣ ଅନୁଭବ କରେ ଏବଂ କେତେ କଷ୍ଟ ହୋଇଥାଏ ? ମୃତ୍ୟୁ ପରେ ମଣିଷର ଆତ୍ମା କେଉଁଠାକୁ ଯାଏ ଓ କଣ ଆଶା ରଖିଥାଏ? ଏସବୁ ଜାଣିବା ପାଇଁ ଆମ ଭିତରେ ଉତ୍ସୁକତା ରହିଥାଏ। ତେବେ ଏସବୁ ବାବଦରେ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ଲେଖାଯାଇଛି ଯେ, ମଣିଷ ଭଲ କାମ କରିଲେ ମୃତ୍ୟୁ ସମୟରେ ଓ ପରେ କଷ୍ଟ ପାଇନଥାନ୍ତି। ଉକ୍ତ ମଣିଷର ମୃତ୍ୟୁ ବିନା କଷ୍ଟରେ ହୋଇଥାଏ।
ଗରୁଡ଼ ପୁରାଣ ଅନୁଯାୟୀ, କିଛି ଲୋକ ଏଭଳି କର୍ମ କରିଥାନ୍ତି ଯେ ସେମାନେ ମୃତ୍ୟୁ ବେଳକୁ ବହୁତ କଷ୍ଟ ପାଇଥାନ୍ତି। ଯେମିତିକି ମହିଳାଙ୍କୁ ଅପମାନ କରୁଥିବା ଲୋକ, ଅନ୍ୟ ଅର୍ଥ ହଡ଼ପ କରିଥିବା ଲୋକ, ମିଥ୍ୟା ଓ ଧୋକା ଦେଉଥିବା ଲୋକ, ଗରିବ ଏବଂ ଅସହାୟ ଲୋକଙ୍କୁ ଅସୁବିଧାରେ ପକାଇଥିବା ଲୋକ। ଏହିଭଳି ଲୋକଙ୍କର ମୃତ୍ୟୁ ସମୟରେ ବହୁତ କଷ୍ଟ ହେବା ସହ ମୃତ୍ୟୁ ପରେ ତାର ଆତ୍ମାର ଯାତ୍ରା କଠିନ ହୋଇଥାଏ। ଅସତ୍ ଉପାୟରେ ଅର୍ଜନ କରୁଥିବା ଅର୍ଥ ନିଜେ ପାପ କରିବା ସହ ନିଜ ସନ୍ତାନ ବି ପାପର ଭାଗିଦାର ହୋଇଥାନ୍ତି।
ତେବେ ଖରାପ କର୍ମ କରିଥିବା ଲୋକଙ୍କୁ ମୃତ୍ୟୁ ପୂର୍ବରୁ ସଙ୍କେତ ମିଳିଯାଇଥାଏ। ସେମାନେ ଯମ ଦ୍ୱାରକୁ ବହୁତ ଡରିଥାନ୍ତି। ଏଭଳି ଲୋକମାନେ ତାଙ୍କ ପଖରେ ଛିଡ଼ା ହୋଇଥିବା ପରିଜନଙ୍କୁ ବି ଦେଖି ପାରନ୍ତି ନାହିଁ। ସେମାନଙ୍କୁ ଖାଇବା ତ ଦୂରର କଥା ପାଣି ପିଇବା ବି କଷ୍ଟକର ହୋଇପଡ଼ିଥାଏ। ଜୀବନରେ ଯାହା କିଛି ଖରାପ କର୍ମ କରିଥିବ ସେ ସବୁ ଆଖି ଆଗରେ ଆସିଯାଇଥାଏ।
Powered by Froala Editor