ପତ୍ରଲେଖାଙ୍କୁୁ ବିବାହ କରିବେ ରାଜକୁମାର
ଆସନ୍ତା ମାସରେ ବାହା ହେବେ ଅଭିନେତା ରାଜକୁମାର ରାଓ । ପତ୍ରଲେଖା ପାଉଲଙ୍କୁୁ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ଉଭୟ ପରସ୍ପରକୁ ୧୦ ବର୍ଷ ହେଲା ଜାଣନ୍ତି। ଦୀର୍ଘ ଦିନ ହେଲା ସେମାନେ ଲିଭ୍ ଇନ୍ ରିଲେସନ୍ଶିପ୍ରେ ମଧ୍ୟ ରହୁଛନ୍ତି।
ନଭେମ୍ବର ୧୦ କିମ୍ବା ୧୧ ତାରିଖରେ ରାଜକୁମାରଙ୍କ ବାହାଘର ହେବ। ଏପରିକି କିଛି ସେଲେବ୍ରିଟିଙ୍କୁ ଏଥିପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ବଲିଉଡ୍ ବାହାରେ ଥିବା ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ବି ରାଜକୁମାର ନିମନ୍ତ୍ରଣ କରି ସାରିଲେଣି। ତେବେ ବାହାଘରକୁ ଅଧିକ ଲୋକଙ୍କୁ ଡାକି ନାହାନ୍ତି ବୋଲି ଜଣାପଡ଼ିଛି।
Powered by Froala Editor