ଦିଲ୍ଲୀରେ ଖସୁଛି ସଂକମଣ: ସୋମବାରଠୁ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ

ଦିଲ୍ଲୀରେ ସୋମବାରଠାରୁ ସବୁ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ଥିଏଟର ଗୁଡିକ ପୂର୍ଣ୍ଣ କ୍ଷମତାରେ ଖୋଲିବ । ଏପରିକି ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ ବୋଲି ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । କିନ୍ତୁ ସବୁ କୋଭିଡ୍ କଟକଣା ନିୟମ ଅନୁଯାୟୀ ପାଳନ ହେବ । ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚେଇ ଦେଇଛନ୍ତି ।
ଦିଲ୍ଲୀରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ଦିଲ୍ଲୀ ସରକାର ସ୍ଥିତିକୁ ବେଶ ସତର୍କତାମୂଳକ ସହ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଧବାର ଡିଡିଏମ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସ୍ଥାନଗୁଡ଼ିକରେ ଛଟ ପୂଜା ପାଳନ କରିବାକୁ ଲୋକଙ୍କୁ ଅନୁମତି ଦେଇଥିଲା।
ସେହି ଅନୁଯାୟୀ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ) କହିଛି, ସୋମବାର ଠାରୁ ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। କିନ୍ତୁ ସେଠାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦାୟିତ୍ୱ ମାଲିକମାନଙ୍କର। ସମସ୍ତେ କୋଭିଡର ଉଚିତ ବ୍ୟବହାରକୁ ପାଳନ କରିବାକୁ ବାଧ୍ୟ। ଏପରିକି ସମସ୍ତ ସାପ୍ତାହିକ ମାର୍କେଟ ମଧ୍ୟ ଖୋଲିବ। ମାର୍କେଟ ଖୋଲିବାକୁ ଥିଲେ ମଧ୍ୟ ପ୍ରଶାସନ ଲୋକଙ୍କ ଭିଡ଼ ଉପରେ ନଜର ରଖିବ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଡିଏମ କହିଛି।
Powered by Froala Editor