ହୁ ହୁ ହୋଇ ବଢିଚାଲିଛି ତେଲ ଦର, ଜାଣନ୍ତୁ କେଉଁଠି କେତେ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ହୁ ହୁ ହୋଇ ବଢିଚାଲିଛି ତେଲ ଦର। ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୧୪ ଟଙ୍କା ୮୧ପଇସା ଥିବା ବଳେ ଡିଜେଲ୍ ଲିଟର ପିଛା ୧୦୫ଟଙ୍କା ୮୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ୍ ଦର ୧୦୫ଟଙ୍କା ୭୪ପଇସା ଥିବାବଳେ ଡିଜେଲ୍ ଲିଟର୍ ପିଛା ଟ. ୧୦୧.୯୨ ରହିଛି।
କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ଟ.୧୦୯.୪୬ ଥିବା ବଳେ ଡିଜେଲ୍ ଲିଟର ପିଛା ୧୦୦ଟଙ୍କା.୮୪ପଇସାରେ ବିକ୍ରୟ ହେଉଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯.୯୬ ଟଙ୍କା। ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଟ.୧୦୮.୯୯ ଓ ଡିଜେଲ୍ ଲିଟର ପିଛା ଟ.୯୭.୭୨ରେ ବିକ୍ରୟ ହେଉଛି।
ଭାରତ ପେଟ୍ରୋଲିୟମ୍, ଇଣ୍ଡିଆନ୍ ଅଏଲ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ।
Powered by Froala Editor