ମମିତା ମେହେର ମୃତୁ୍ୟମାମଲା: ଧସ୍ତାଧସ୍ତିରେ ଏସପିଙ୍କ ସହ ୬ ପୋଲିସ ଆହତ
ବ୍ରହ୍ମପୁର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ସାରା ରାଜ୍ୟ। ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର। ଦିନକୁ ଦିନ ବିରୋଧୀଙ୍କ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି। ମମିତାଙ୍କ ନ୍ୟାୟ ଦାବି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ବ୍ରହ୍ମପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଏସପି ଅଫିସ ଘେରାଉ କରାଯାଇଥିଲା।
ଏହି ଆନେ୍ଦାଳନ ସମୟରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ବ୍ୟାରିକେଟ ଭାଙ୍ଗିଦେଇଥିଲେ। ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା। ଏହି ଧସ୍ତାଧସ୍ତିରେ ଜଣେ ଏସପିଙ୍କ ସହ ୬ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ଧସ୍ତାଧସ୍ତି ଭିଡିଓ ଦେଖି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
Powered by Froala Editor