ହୋମ କରିବା ସମୟରେ କାହିଁକି କୁହାଯାଇଥାଏ ‘ସ୍ୱାହା’, ଜାଣନ୍ତୁ
ହିନ୍ଦୁ ଧର୍ମରେ ଯଜ୍ଞ ବା ପୂଜାକୁ ଏକ ପବିତ୍ର ଓ ଧାର୍ମିକ ପରମ୍ପରା ବୋଲି ବିବେଚନା କରାଯାଏ । ବିବାହ କିମ୍ବା କୌଣସି ବି ଧାର୍ମିକ ଅନୁଷ୍ଠାନ ସମୟରେ ପୂଜା କରାଯାଇଥାଏ । ପୂଜା ସମୟରେ ମନ୍ତ୍ର ଜାପ କରିବା ସହିତ ସ୍ୱାହା କହି ପୂଜା ସାମଗ୍ରୀ, ଅର୍ଘ୍ୟ କିମ୍ବା ଭୋଗ ଭଗବାନଙ୍କୁ ଅର୍ପଣ କରାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ମନ୍ତ୍ର ଶେଷରେ ସ୍ୱାହା କାହିଁକି କୁହାଯାଇଥାଏ ?
ସ୍ୱାହାର ଅର୍ଥ ହେଉଛି ଯେ ସଠିକ୍ ନୀତିରେ ପହଞ୍ଚାଇବା ଅର୍ଥାତ୍ କୌଣସି ବି ବସ୍ତୁକୁ ତାର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା । ପୁରାଣ ଅନୁସାରେ, ‘ସ୍ୱାହା’ ଅଗ୍ନି ଦେବଙ୍କ ପତ୍ନୀଙ୍କ ନାମ , ସେଥିପାଇଁ ପ୍ରତି ମନ୍ତ୍ର ଶେଷରେ ତାଙ୍କ ନାଁ ଉଚ୍ଚାରଣ କରାଯାଇଥାଏ ।
ଯେତେବେଳ ପର୍ୟ୍ୟନ୍ତ ଦେବତା ହବନକୁ ଗ୍ରହଣ ନକରନ୍ତି ସେତେବେଳ ପର୍ୟ୍ୟନ୍ତ କୌଣସି ବି ଯଜ୍ଞ ସଫଳ ହୋଇନଥାଏ । କିନ୍ତୁ ଦେବତା ଏହା ସେତେବେଳେ ହିଁ ଗ୍ରହଣ କରିଥାନ୍ତି ଯେତେବେଳେ ଅଗ୍ନି ଓ ସ୍ୱାହାଙ୍କ ମାଧ୍ୟମରେ ତାହା ଅର୍ପଣ କରାଯାଇଥାଏ ।
ସ୍ୱାହା ପ୍ରଜାପତି ଯକ୍ଷଙ୍କ କନ୍ୟା ଥିଲେ । ଅଗ୍ନି ଦେବଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଅଗ୍ନିଦେବ ନିଜ ପତ୍ନୀଙ୍କ ମାଧ୍ୟମରେ ହିଁ ହବିଷ୍ୟ ଗ୍ରହଣ କରୁଥିଲେ ଏବଂ ତାଙ୍କ ମାଧ୍ୟମରେ ହିଁ ଏହି ହବିଷ୍ୟ ଆହ୍ୱାନ କରାଯାଇଥିବା ଦେବତାଙ୍କୁ ପ୍ରାପ୍ତ ହୁଏ ।
ସ୍ୱାହାଙ୍କ ସମ୍ପର୍କରେ ଏକ ରୋଚକ କଥା ଅଛି । ସ୍ୱାହାଙ୍କ ପାଖରେ ପ୍ରକୃତିର ଏକ କଳା ରହିଥିଲା । ଏହା ତାଙ୍କୁ ଜନ୍ମବେଳୁ ପ୍ରାପ୍ତ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ସ୍ୱାହାଙ୍କୁ ଏହି ବର ଦେଇଥିଲେ ଯେ କେବଳ ତାଙ୍କ ମାଧ୍ୟମରେ ହିଁ ଦେବତା ହବିଷ୍ୟ ଗ୍ରହଣ କରିପାରିବେ । ସେଥିପାଇଁ କୌଣସି ବି ଯଜ୍ଞ ସେତେବେଳେ ହିଁ ପୂରା ହୋଇଥାଏ ଯେତେବେଳେ ଆହ୍ୱାନ କରାଯାଇଥିବା ଦେବତାଙ୍କୁ ତାଙ୍କ ପସନ୍ଦର ଭୋଗ ପହଞ୍ଚାଇ ଦିଆଯାଏ ।
ଯଜ୍ଞର କେବଳ ଧାର୍ମିକ ନୁହେଁ ବରଂ ବିଜ୍ଞାନସମ୍ମତ ଲାଭ ମଧ୍ୟ ମିଳିଥାଏ । ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ ଯଜ୍ଞ ଓ ପୂଜା ସମୟରେ ଉଠୁଥିବା ଧୂଆଁ ବାୟୁରେ ଥିବା ହାନିକାରକ ଜୀବାଣୁ ପ୍ରାୟ ୯୫ ପ୍ରତିଶତ ପର୍ୟ୍ୟନ୍ତ ନଷ୍ଟ କରିଦେଇଥାଏ । ଏହାସହିତ ଏହି ଧୂଆଁ ବାତାବରଣକୁ ଶୁଦ୍ଧ କରିଥାଏ, ଯାହା ଫଳରେ ବାୟୁ ମାଧ୍ୟମରେ ବ୍ୟାପୁଥିବା ସଂକ୍ରାମକ ରୋଗ ପ୍ରାୟତଃ କମିଯାଇଥାଏ ।
Powered by Froala Editor