ଟ୍ରାଇ ଶୁଳ୍କ ନିୟମରେ ସଂଶୋଧନ : ପୁଣି ଆସିବ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର
ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଶୁଳ୍କ ନିୟମରେ ସଂଶୋଧନ କରିଛି। ଭଏସ୍ କଲ୍ ଓ SMS ପାଇଁ ସ୍ପେସାଲ୍ ଟାରିଫ୍ ଭାଉଚର ରଖିବେ। ନୂଆ ନିୟମରେ ମୋବାଇଲ୍ ଡାଟା ବ୍ୟବହାର କରୁ ନଥିବା ଉପଭୋକ୍ତାଙ୍କ ପାଇଁ କଲ୍ ଓ ଏସଏମଏସ୍ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ରହିଛି।ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
ଟ୍ରାଇ ସ୍ୱତନ୍ତ୍ର ରିଚାର୍ଜ କୁପନ୍ ଉପରେ ୯୦ ଦିନର ସୀମା ହଟାଇ ଏହାକୁ ୩୬୫ ଦିନ କରିବାକୁ ନିର୍ଦ୍ଦେଶ ଦେଇଛି। ସମ୍ପ୍ରତି, କମ୍ପାନୀଗୁଡିକ ଇଣ୍ଟରନେଟ୍ ଡାଟା, ଭଏସ୍ କଲ୍ ଏବଂ SMS ରିଚାର୍ଜ କୁପନ୍ ପ୍ରଦାନ କରୁଛନ୍ତି।
ଟ୍ରାଇ ଟେଲିକମ୍ ଗ୍ରାହକ ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟମାବଳୀ, ୨୦୨୪ ରେ କହିଛି ଯେ ସେବା ପ୍ରଦାନକାରୀଙ୍କୁ ଅତି କମରେ ଏକ ସ୍ୱତନ୍ତ୍ର ଶୁଳ୍କ ଭାଉଚର କେବଳ ଭଏସ ଏବଂ SMS ପାଇଁ ପ୍ରଦାନ କରିବାକୁ ପଡିବ। ଏହାର ବୈଧତା ଅବଧି ୩୬୫ ଦିନରୁ ଅଧିକ ହେବ ନାହିଁ। ଏହି ନିଷ୍ପତ୍ତି ଦ୍ୱାରା ଡାଟା ବ୍ୟବହାର କରୁ ନଥିବା ବୟସ୍କ ଓ ବିଶେଷ କରି ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍ ବ୍ୟବହାର ଜାଣି ନଥିବା ମୋବାଇଲ୍ ଉପଭୋକ୍ତା ଫାଇଦା ପାଇବେ।
Powered by Froala Editor