ବ୍ୟକ୍ତିଗତ କାରଣ ଦର୍ଶାଇ OCA ସଭାପତି ପଦରୁ ଇସ୍ତଫା ଦେଲେ ବବି
ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଇସ୍ତଫା ପତ୍ର ଗୃହୀତ ହୋଇଛି। ତେବେ କାହିଁକି ଇସ୍ତଫା ଦେଲେ ବବି କହିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ସଭାପତି ପଦ ଛାଡ଼ିଥିବା ସଂଜୟ ସୂଚନା ଦେଇଛନ୍ତି। ୪୫ ଦିନ ମଧ୍ୟରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଅକ୍ଟୋବର ୨୮, ୨୦୨୨ ରେ ବବି ଓସିଏର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଓସିଏ ଉପାଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ସଭାପତି ରହିବେ ବୋଲି ବେହେରା କହିଛନ୍ତି।
ସେପଟେ ବବି ପଦ ଛାଡିବା ପରେ ତାଙ୍କ ବିରୋଧରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଅର୍ଜୁନ ତ୍ରିପାଠୀ ଅଭିଯୋଗ କରିଛନ୍ତି, ବବି ଓସିଏରେ ବ୍ୟାକଡୋର ଏଣ୍ଟ୍ରି କରିଥିଲେ। କ୍ରିକେଟ ପ୍ରତି ତାଙ୍କର କିଛି ଅବଦାନ ନାହିଁ। ଏପରିକି ଓସିଏର ଜରୁରୀ ବୈଠକରେ ମଧ୍ୟ ଯୋଗ ଦେଉନଥିଲେ।
Powered by Froala Editor