ନଭେମ୍ବରରେ ଆଲିଆଙ୍କ ହାତ ଧରିବେ ରଣବୀର !
ଡିସେମ୍ବରରେ କ୍ୟାଟ୍-ଭିକିି କୌଶଲ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳୁଛି । ଏପଟେ ଆଉ ଏକ ଯୋଡି ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କଥା ପ୍ରଚାର ହେଲାଣି । ଏ ଯୋଡି ହେଉଛି ରଣବୀର-ଆଲିଆ । ତେବେ ଏ ନେଇ ଆଲିଆଙ୍କ ମା ସୋନି ରଜଦାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଲିଆଙ୍କ ମା' କହିଛନ୍ତି ଯେ ଏହି ବିବାହ କେବେ ହେବ ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ। ଅନ୍ୟମାନଙ୍କ ପରି ସେ ମଧ୍ୟ ଏହି ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଆହୁରି ଭଲ ଖବର ଦେବାବେଳେ ସେ ଦର୍ଶାଇଛନ୍ତି ଯେ ବିବାହରେ କିଛି ସମୟ ଅଛି। ଭବିଷ୍ୟତରେ ଉଭୟ ନିଶ୍ଚୟ ବିବାହ କରିବେ। କିନ୍ତୁ ମୁଁ ଜାଣି ନାହିଁ କେବେ ହେବ। ଯେତେବେଳେ ବି ହେବ ଖବର ନିଶ୍ଚୟ ପହଞ୍ଚିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଋଷି କପୁରଙ୍କ ଦେହାନ୍ତ ପରେ ରଣବୀର-ଆଲିଆଙ୍କ ବିବାହ କିଛି ଦିନ ପାଇଁ ଘୁଞ୍ଚି ଯାଇଥିଲା ବୋଲି ଶୁଣାଯାଉଥିଲା । ଏବେ ପୁଣି ଏହି ଲଭ ବାର୍ଡଙ୍କ କଥା ବି-ଟାଉନରେ ଉଡି ବୁଲିଲାଣି । ତେବେ ଖୁବ୍ଶୀଘ୍ର ଏମାନଙ୍କ ବିବାହ ନିମନ୍ତ୍ରଣ ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି ସୂଚନା ମିଳୁଛି ।
Powered by Froala Editor