ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ଅନେକ ଜୀବନ

ତାମିଲନାଡୁ: ପାଖେଇ ଆସୁଛି ଦୀପାବଳି । ଲୋକମାନେ ଏହି ପର୍ବକୁ ଦୀପ ଜାଳି, ବାଣ ଫୁଟାଇ, ମିଠା ଖାଇ ପାଳନ କରିଥାନ୍ତି । ଅନେକଙ୍କ ପାଇଁ ଏହି ପର୍ବରେ ବାଣ ହେଉଛି ପ୍ରମୁଖ ଆକର୍ଷଣ । ତେବେ ବାଣ ବିକ୍ରିପାଇଁ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି ।
ଗତକାଲି ବିଳମ୍ବିତ ରାତ୍ରିରେ ତାମିଲନାଡୁର କଲାକୁରିଚି ଜିଲ୍ଲାର ଶଙ୍କରାପୁରମ ଠାରେ ଏକ ବାଣ ହୋଲସେଲିଂ ଦୋକାନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୧୦ଜଣ ଗୁରୁତ୍ୱର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି ।
Powered by Froala Editor