ଓଡିଶାକୁ କାହିଁକି ପ୍ରଂଶସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜାଣନ୍ତୁ
ଭୁବନେଶ୍ୱର: ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶା ସବୁବେଳେ ପ୍ରଶଂସା ସାଉଁଟିଥାଏ । ବର୍ତ୍ତମାନ କରୋନା ସମୟରେ ବି ଓଡ଼ିଶା ପ୍ରଶଂସା ସାଉଁଟିଛି । ଏହି ପ୍ରଶଂସା ଆଉ କେହି କରିନାହାନ୍ତି, ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଛନ୍ତି । କରୋନା ବେଳେ ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକାଯାଉଛି । ନିଜ ରାଜ୍ୟ ପାଇଁ ଅକ୍ସିଜେନ ରଖିବାକୁ ଚାହିଁ ଦିଲ୍ଲୀ ଟ୍ରକ ଅଟକାଯାଉଛି । ଏଭଳି ସ୍ଥିତିରେ ଓଡ଼ିଶା ଆମକୁ ଯଥେଷ୍ଟ ଅକ୍ସିଜେନ ମିଳିଛି । ଆମେ ଚାହୁଁଛୁ ଓଡ଼ିଶାରୁ ବିମାନ ଯୋଗେ ଅକ୍ସିଜେନ ଆସୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ।
Powered by Froala Editor