ୱେବ୍ ସିରିଜ୍ ‘ଆଶ୍ରମ’ର ନାଁ ପରିବର୍ତ୍ତନ ଦାବିରେ ହଙ୍ଗାମା: ପ୍ରକାଶ ଝାଙ୍କ ମୁହଁରେ କାଳୀ
ବବି ଦେଓଲଙ୍କ ୱେବ୍ ସିରିଜ୍ 'ଆଶ୍ରମ'ର ଦୁଇଟି ସିଜିନ୍ ହିଟ୍ ହେବା ପରେ ବର୍ତ୍ତମାନ ଏହାର ତୃତୀୟ ସିଜନ୍ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରକାଶ ଝା ଭୋପାଳରେ ଏହାର ସୁଟିଂ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରକାଶ ଝାଙ୍କ ଉପରେ ବଜରଙ୍ଗ ଦଳ କଳା ବୋଳିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି କର୍ମୀ । ମଧ୍ୟପ୍ରଦେଶର ଭୋପାଳରେ ଏକ ଓ୍ବେବ୍ସିରିଜର ସୁଟିଂ ସେଟ୍କୁ ଭାଙ୍ଗିଦେଇଛନ୍ତି ବଜରଙ୍ଗ ଦଳ । ଏହା ସହ ସୁଟିଂ ସେଟରେ ଥିବା କିଛି କର୍ମଚାରୀଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ବଜରଙ୍ଗ ଦଳର କର୍ମୀଙ୍କ ଅଭିଯୋଗ ହେଲା- ପ୍ରକାଶ ଝାଙ୍କ ଦ୍ବାରା ନିର୍ମିତ ହେଉଥିବା ଓ୍ବେବ ସିରିଜ `ଆଶ୍ରମ’ ହିନ୍ଦୁ ଭାବନା ଉପରେ କୁଠାରାଘାତ କରୁଛି । ଏହି ସିରିଜର ନାଁ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି ।
ବଜରଙ୍ଗ ଦଳର ଭୋପାଳ ନେତା ସୁଶୀଲ ସୁଦେଲ କହିଛନ୍ତି, ଶୋ'ର ନାମ 'ଆଶ୍ରମ'ରୁ ପରିବର୍ତ୍ତନ କରାଯାଉ, ନଚେତ୍ ରାଜ୍ୟରେ ସୁଟିଂ ଅନୁମତି ଦିଆଯିବ ନାହିଁ। ମଧ୍ୟପ୍ରଦେଶରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ପ୍ରୋତ୍ସାହିତ କରାଯାଉ। ଲୋକମାନେ କାମ ପାଇବା ଉଚିତ୍ କିନ୍ତୁ ଏହି ଭୂମି ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଆମେ ପ୍ରକାଶ ଝାଙ୍କୁ ଚେତାବନୀ ଦେଇଛୁ ଏବଂ ସେ କହିଛନ୍ତି ଶୋ'ର ଟାଇଟଲ୍ ବଦଳାଇବାକୁ କଥା ହେଉଛନ୍ତି।
ସିରିଜରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବବି ଦେଓଲ । ଭୋପାଳର ପୁରୁଣା ଜେଲ ପରିସରରେ ଏହି ଓ୍ବେବସିରିଜ ସୁଟିଂ ହେଉଥିବାବେଳେ କର୍ମୀମାନେ ଆକ୍ରମଣ କରିଥିଲେ । ଏହି ସିରିଜରେ ଜଣେ ଧାର୍ମିକ ଗୁରୁଙ୍କ ଦ୍ବାରା ମହିଳା କିପରି ଶୋଷଣର ଶିକାର ହେଉଛନ୍ତି ତାହା ଦର୍ଶାଯାଇଛି ।
Powered by Froala Editor