ଦୀପାବଳିରେ ମିଠା ବାର୍ତ୍ତା ଦେଲେ ଶାହରୁଖ
ଏଥର ଦୀପାବଳିରେ ନୂଆ ବାର୍ତ୍ତା ସହ କ୍ୟାଡବରୀ ପକ୍ଷରୁ ଅଭିନେତା ଶାହାରୁଖ୍ ଖାନ୍ଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଉପସ୍ଥାପନା କରାଯାଇଛି। କରୋନା ମହାମାରୀ କାରଣରୁ ଛୋଟ, ସ୍ଥାନୀୟ ବ୍ୟବସାୟୀଙ୍କର ପରିସ୍ଥିତି ଓ କ୍ଷତିଗ୍ରସ୍ଥ ହୋଇଥିବା ବିଜ୍ଞାପନ ମାଧ୍ୟମରେ ଦର୍ଶାଯାଇଛି। ଏହି ଭିଡିଓଟି ୟୁ-ଟ୍ୟୁବରେ ଅପଲୋଡ଼ ହେବା ପରେ ଅନେକ କିଙ୍ଗ ଖାନ୍ଙ୍କୁ ପ୍ରଶଂସା କରିବା ସହ ଏହା ଭାଇରାଲ ମଧ୍ୟ ହୋଇଛି। ଇଣ୍ଟରନେଟ୍ ମଧ୍ୟ ଏଭଳି ପଦକ୍ଷେପକୁ ପସନ୍ଦ କରିଛି।
ଏହି ବିଜ୍ଞାପନ ମାଧ୍ୟମରେ ଶାହାରୁଖ ଖାନ ପ୍ରତ୍ୟେକ ଘରର ଦୀପାବଳି ମିଠା ହେବା ଉଚିତ୍। ତେଣୁ, ତୁମ ଘର ନିକଟ ଦୋକାନରୁ ଦୀପାବଳି ସପିଂ କର। ତୁମେ ତୁମର ଘର ନିକଟସ୍ଥ ଦୋକାନରୁ ପୋଷାକ, ଜୋତା ଏବଂ ସନ୍ ଗ୍ଲାସ, ମୋବାଇଲ ଇତ୍ୟାଦି କିଣ ଏବଂ ସେମାନଙ୍କର ଦୀପାବଳିରେ ମିଠା ଭରି ଦିଅ ବୋଲି ବାର୍ତ୍ତା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଲୋକମାନେ ଏଥିରୁ ଅନୁପ୍ରାଣିତ ହେବେ ଏବଂ ବିଜ୍ଞାପନରୁ ବାର୍ତ୍ତାକୁ ବୁଝିବେ। ଯଦିଓ ଏହା କେବଳ ଏକ ଚକୋଲେଟ୍ ବିଜ୍ଞାପନ, କିନ୍ତୁ ଶାହରୁଖ ଖାନଙ୍କ ବାର୍ତ୍ତା ବେଶ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ।
Powered by Froala Editor