ଶନିବାର ସକାଳ ୫ଟାରୁ ଲାଗିବ ସଟଡାଉନ କଟକଣା

ଭୁବନେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ସମୟ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ ଜେନାଙ୍କ ସ୍ପଷ୍ଟୀକରଣ ଜାରି ହୋଇଛି।
ଶୁକ୍ରବାର ରାତିର କର୍ଫ୍ୟୁ ପରେ ଶନିବାର ସକାଳ ୫ଟା ପରେ ସପ୍ତାହନ୍ତ ସଟଡାଉନ ଆରମ୍ଭ ହେଉଛି ଏବଂ ତା’ପରେ ଶନିବାର ଠାରୁ ସୋମବାର ସକାଳ ୫ଟା ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ରହିବ ।
ଏହାର ପ୍ରଭାବରେ ଶୁକ୍ରବାର ସନ୍ଧ୍ୟା ଠାରୁ ସୋମବାର ସକାଳ ୫ଟା ପର୍ୟ୍ୟନ୍ତ ପ୍ରତିବନ୍ଧକ ଜାରି ରହିବ ବୋଲି ଏସଆରସି ବିବୃତ୍ତିରେ କହିଛନ୍ତି ।
ସୂଚନାଯୋଗ୍ୟ, ସଟଡାଉନ ସମୟରେ ଏହି ଶଟଡାଉନରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ସମୟରେ ଯିବା ଆସିବା କରିପାରିବେ।
ସେହିପରି ପୋଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, ସ୍ୱରେଜ୍ ଏବଂ ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ ଯାଇପାରିବେ। ସେହିପରି କମିଶନରେଟ ଓ ଜିଲ୍ଲା ପୁଲିସ୍ ଦ୍ୱାରା ଚିହ୍ନିତ ସାମ୍ବାଦିକଙ୍କ ପାଇଁ କଟକଣାମୁକ୍ତ ରହିବ। ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ୟ୍ୟ ଏହି ସମୟରେ ଚାଲିପାରିବ।
Powered by Froala Editor