୨ ବିଜେଡି କର୍ମୀ ଗିରଫ
ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବିଜେପି ଓ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିବା ଅଭିଯୋଗରେ ଭିଡିଓ ଫୁଟେଜକୁ ଆଧାର କରି ୨ ଜଣ ବିଜେଡି କର୍ମୀଙ୍କୁ ଗିରଫ କଲା ଟାଉନ ପୋଲିସ । ଗତକାଲି ବିଳମ୍ବିତ ରାତିରେ ମାଡ ମାରିବା ଘଟଣା ନେଇ ପୋଲିସ ୨ ବିଜେଡି କର୍ମୀ ଦିବ୍ୟବ୍ରତ ମହାନ୍ତି ଓ ଅଜିତ ପରିଡାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏନେଇ ଟାଉନ ଥାନାରେ ୯୦୧,୯୦୨,୯୦୩ ଓ ୯୦୬ ନମ୍ବରରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାଇ ଗତକାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଯାଇଥିବା ସମୟରେ ବାରିପଦା ଛଉ ପଡିଆ ନିକଟ ରୋଟାରୀ କ୍ଲବ ନିକଟରେ ବିଜେପି ଓ ଜେଏମଏମ କର୍ମୀ ଏହାକୁ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ବିଜେଡି କର୍ମୀ ଉଭୟ ଦଳର କର୍ମୀଙ୍କୁ ନିସ୍ତୁକ ମାଡ ମାରିବାରୁ ୭ଜଣ ଆହାତ ହୋଇଥିଲେ । ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ସୁରଜ ସୂର୍ୟ୍ୟବଂଶୀଙ୍କ ସହିତ ଜିଲ୍ଲା ଯୁବ ମୋର୍ଚ୍ଚାର ୪ ଜଣ ଥିବାବେଳେ ମହିଳା ମୋର୍ଚ୍ଚାର ଜଣେ ଆହତ ହୋଇଥିବା ବେଳେ ଜେଏମଏମର ଦୁଇ ଜଣ କର୍ମୀ ଆହତ ହୋଇଥିଲେ ।ତେବେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ରକ୍ତମୁଖା ହୋଇ ଉଭୟ ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ଆକ୍ରମଣ କରିଥିଲେ ।
Powered by Froala Editor