ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ଇସ୍ତଫା ଦେଉଛନ୍ତି: ତାରା
ଭୁବନେଶ୍ୱର: ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି ଯେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ଇସ୍ତଫା ଦେଉଛନ୍ତି । ଯଦି ପ୍ରଦୀପ ଜନସେବା କରିଥାନ୍ତେ, ତେବେ ୨ଥର ହାରିଲେ କାହିଁକି ବୋଲି ତାରା ବାହିନୀପତି କହିଛନ୍ତି ।
ଅନ୍ୟପକ୍ଷରେ ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପ ଦଳ ଛାଡ଼ିବେ ବୋଲି ମୁଁ ୮ ମାସ ଆଗରୁ ଜାଣିଥିଲି। ସେଥିପାଇଁ କହିଥିଲି ଯଦି ଯିବାକଥା ଯାଅ କିଛି କହିବାର ନାହିଁ। କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି। କଂଗ୍ରେସ ପ୍ରଦୀପଙ୍କୁ ପରିଚୟ ଦେଇଛି ବୋଲି ସଂଗ୍ରେସ୍ ବିଧାୟକ ସୁର ରାଉତରାୟ କହିଛନ୍ତି।
ଦଳ ଛାଡ଼ିବା ଏଭଳି କାର୍ୟ୍ୟ ନିଶ୍ଟିନ୍ତରୂପରେ ଧୋକାବାଜ କାମ। ଦଳର ସ୍ୱାର୍ଥ କଥା ନଭାବି ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝୀ ଦଳ ଛାଡିଛନ୍ତି। ନିଜର ସ୍ୱାର୍ଥ ପାଇଁ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୁର କହିଛନ୍ତି। ଆଗରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛିବି ପ୍ରଭାବ ପଡ଼ିନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସଂଗ୍ରେସ୍ ବିଧାୟକ ସୁର ରାଉତରାୟ କହିଛନ୍ତି।
ପ୍ରକାଶ ଯେ, ପ୍ରଦୀପ ମାଝୀ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ମାଝୀ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଗତ କିଛିଦିନ ଧରି ଏଭଳି ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ଛାଡ଼ିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ । ଏମିତିକି ୨୦୨୨ରେ ତାଙ୍କୁ ବିଜେଡ଼ି ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି । ଦଳରେ ଜନସେବାର ସୁଯୋଗ ନଥିବାରୁ ସେ ଦୁଃଖ ଓ କଷ୍ଟର ସହ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି ।
Powered by Froala Editor